୧୧ ଜିଲ୍ଲାରେ ହେବ ୧୯ଟି ମେଗା ପ୍ରକଳ୍ପ, ରାଜ୍ୟରେ ସୃଷ୍ଟି ହେବ ୧୭ ହଜାର ନିଯୁକ୍ତି

ଭୁବନେଶ୍ୱର: ଓଡ଼ିଶାରେ ୬ ହଜାର ୧୧୭ କୋଟି ଟଙ୍କାର ପୁଞ୍ଜିନିବେଶ ହେବ । ୧୧ ଜିଲ୍ଲାରେ ତିଆରି ହେବ ୧୯ଟି ମେଗା ପ୍ରକଳ୍ପ । ଫଳରେ ୧୭ ହଜାର ୨୮୬ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକ ଏନେଇ ନିଷ୍ପତ୍ତି ହୋଇଛି । ଇସ୍ପାତ, ବାୟୋ ଟେକ୍ନୋଲୋଜି, କେମିକାଲ ଭଳି ୧୦ଟି ସେକ୍ଟରରେ ପୁଞ୍ଜିନିବେଶ ହେବ ବୋଲି ସୂଚନା ମିଳିଛି ।