fbpx

ବଡ଼ ଦୁଃଖ ଖବର: ହଷ୍ଟେଲରେ ଅଗ୍ନିକାଣ୍ଡ ଘଟି ଚାଲିଗଲା ୧୯ ସ୍କୁଲ ପିଲାଙ୍କ ଜୀବନ, ୩ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୃତ୍ୟୁ କେତେବେଳେ ଆଉ କେଉଁ ରୂପରେ ଆସିବ ତାହା କେହି ବି କହିପାରିବେ ନାହିଁ । ତେବେ ଏପରି ଭାବେ ଗୋଟିଏ ସ୍କୁଲରେ ନିଆଁ ଲାଗି ବହୁ ସ୍କୁଲ ପିଲାଙ୍କର ଜୀବନ ଅକାଳରେ ଚାଲିଯାଇଛି । ଏହି ଅଗ୍ନିକାଣ୍ଡରେ ଅନ୍ୟ କିଛି ପିଲା ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି । ଏହି ଘଟଣାକୁ ନେଇ ସ୍କୁଲ ଶିକ୍ଷକ ଓ ଅଭିଭାବକ ମହଲରେ ଶୋକର ଲହରୀ ଖେଳିଯାଇଛି । ଏନେଇ ତିନିଦିନ ପାଇଁ ଶୋକ ଘୋଷଣା କରାଯାଇଛି ।

ଖବର ମୁତାବକ, ଗୁୟନାର ଏକ ସ୍କୁଲ ହଷ୍ଟେଲରେ ଅଗ୍ନିକାଣ୍ଡ ଘଟିବାରୁ ୧୯ ଜଣ ସ୍କୁଲ ପିଲାଙ୍କର ମୃତ୍ୟୁ ଘଟିଛି । ମାହଡିୟା ସହରର ଏକ ମାଧ୍ୟମିକ ସ୍କୁଲ ହଷ୍ଟେଲରେ ଗତ ରାତିରେ ଏହି ଘଟଣା ଦେଖିବାକୁ ମିଳିଥିଲା । ରାଜଧାନୀ ଜର୍ଜଟାଉନ ଠାରୁ ପାଖାପାଖି ୩୨୦ କିମି ଦୂରରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ଏଭଳି ଏକ ଦୁଃଖଦ ପରିସ୍ଥିତିରେ ସରକାରଙ୍କ ତରଫରୁ ସେମାନଙ୍କୁ ସହାୟତା ପାଇଁ ଯଥାସମ୍ଭବ ପ୍ରୟାସ କରାଯାଉଛି ।

ଅଗ୍ନିକାଣ୍ଡରେ ଘଟଣାସ୍ଥଳରେ ହିଁ ୧୪ ଜଣ ପିଲାଙ୍କର ମୃତ୍ୟୁ ଘଟିଥିଲା । ଅନ୍ୟ ୨ ଜଣ ପିଲାଙ୍କର ଅବସ୍ଥା ଗମ୍ଭୀର ରହିଥିବା ବେଳେ ୬ ଜଣଙ୍କୁ ଚିକିତ୍ସା ପାଇଁ ବିମାନ ଯୋଗେ ଜର୍ଜଟାଉନ ନିଆଯାଇଛି । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ବିଲଡିଂ ସମ୍ପୂର୍ଣ୍ଣ ଭାବେ ଜଳି ପାଉଁଶ ହୋଇଯାଇଥିଲା । ଦମକଳ ଅଧିକାରୀମାନେ ପାଖାପାଖି ୨୦ ଜଣ ଛାତ୍ରୀଙ୍କ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଥିଲେ । ଖବର ପାଇ ରାଷ୍ଟ୍ରପତି ହସ୍ପିଟାଲରେ ପହଞ୍ଚି ଚିକିତ୍ସିତ ଛାତ୍ରୀମାନଙ୍କ ଅବସ୍ଥା ପଚାରି ବୁଝିବା ସହିତ ୩ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି ।

Get real time updates directly on you device, subscribe now.