fbpx

ପରୀକ୍ଷାରେ ଫେଲ୍ ହେବାରୁ ଆତ୍ମହତ୍ୟା କଲେ ମେଡିକାଲ୍ ଛାତ୍ରୀ

ନୂଆଦିଲ୍ଲୀ: ମୌଲାନା ଆଜାଦ୍ ମେଡିକାଲ୍ କଲେଜ୍ ର ଜଣେ ୧୯ ବର୍ଷୀୟା ଛାତ୍ରୀ ଗୁରୁବାର ଦିନ ସକାଳ ସମୟରେ ଆତ୍ମହତ୍ୟା କରିଛନ୍ତି । ଛାତ୍ରୀ ଜଣକ ହଷ୍ଟେଲ୍ ରୁମ୍ ରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ପୋଲିସ୍ କହିଛି । ପୋଷ୍ଟ ମଟମ୍ ପରେ ଛାତ୍ରୀଙ୍କ ମୃତଦେହକୁ ପରିବାର ଲୋକଙ୍କ ହସ୍ତାନ୍ତର କରିଛି ପୋଲିସ୍ । ଛାତ୍ରୀ ଜଣକ ପରୀକ୍ଷାରେ ଫେଲ୍ ହେବାରୁ ଏହିଭଳି ଏକ ପଦକ୍ଷେପ ଉଠାଇଥିବା କୁହାଯାଉଛି । ଫେଲ୍ ହେବା ପରେ ଡିପ୍ରେସନ୍ ଭିତରେ ଥିଲେ ଓ ପରେ ଆତ୍ମହତ୍ୟା କରିଛନ୍ତି ।

ଛାତ୍ରୀଙ୍କ ନାମ ହେଉଛି ଦିବ୍ୟା ଯାଦବ । ହଷ୍ଟେଲ ରୁମ୍ ରେ ଫ୍ୟାନ୍ ରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି । ଏନେଇ ପୋଲିସ୍ ଦିବ୍ୟାଙ୍କ ରୁମ୍ ରେ ରହୁଥିବା ଝିଅ ମାନଙ୍କୁ ପଚରାଉଚରା କରିଥିଲା । ସେମାନେ କହିଥିଲେ ଯେ, ଡିସେମ୍ବର ୨୯ ତାରିଖରେ ରେଜଲ୍ଟ ବାହାରିଥିଲା ଯେଉଁଥିରେ ଦିବ୍ୟା ଦୁଇଟି ପେପର୍ ରେ ଫେଲ୍ ହୋଇଯାଇଥିଲେ । ଆଉ ସେବେ ଠାରୁ ସେ ଡିପ୍ରେସନ୍ ଭିତରେ ଥିଲେ । ତେବେ ହଷ୍ଟେଲ ରୁମ୍ ରୁ ଦିବ୍ୟାଙ୍କ ସୁଇସାଇଡ୍ ନୋଟ୍ ମଧ୍ୟ ଜବତ ହୋଇଛି । ତେବେ ସେଥିରେ କଣ ଲେଖାଯାଇଛି ସେ ସମ୍ପର୍କରେ ପୋଲିସ୍ କିଛି ବି ସୂଚନା ଦେଇ ନାହିଁ ।

Get real time updates directly on you device, subscribe now.