ଓଡିଶା ଭାସ୍କର : ହିନ୍ଦୁ ଧର୍ମରେ ନବରାତ୍ରୀର ବିଶେଷ ମହତ୍ୱ ରହିଛି । ନବରାତ୍ରରେ ମା’ଙ୍କର ବିଭିନ୍ନ ରୂପକୁ ପୂଜା କରାଯାଏ । ଏହା ଛଡା ନବରାତ୍ରରେ କନ୍ୟାକୁ ମଧ୍ୟ ପୂଜା କରାଯାଏ । କୁହାଯାଏ ଏହି ଦିନ ମା’ଙ୍କୁ ପୂଜା କରିବା ସହିତ ଛୋଟ ପିଲାମାନଙ୍କୁ ଭୋଜନ କରାଇବା ଦ୍ୱାରା ମା’ ଖୁସି ହୋଇ ଥାନ୍ତି । ଏହା ଛଡା ଦେବୀଙ୍କ ଉପାସନା କରିବା ଦ୍ୱାରା ସମସ୍ତ ମନୋସ୍କାମନା ପୂରଣ ହୋଇଥାଏ । ଚଳିତ ବର୍ଷ ନବରାତ୍ର ୧୫ ଅକ୍ଟୋବରରେ ଆରମ୍ଭ ହେବ । ଏବଂ ୨୪ ଅକ୍ଟୋବରରେ ଦଶହରା ଦିନ ଶେଷ ହେବ । ତେବେ ଚଳିତ ବର୍ଷ ୧୪ ଅକ୍ଟୋବରରେ ସୂର୍ଯ୍ୟ ପରାଗ ଲାଗିବ । ଏଥି ପାଇଁ ନବରାତ୍ର ଆରମ୍ଭରେ ଗ୍ରହଣର ଛାୟା ରିଥିବ ।
ପାଞ୍ଜି ଅନୁସାରେ ଚଳିତ ବର୍ଷ ନବରାତ୍ରର ଆରମ୍ଭ ୧୪ ଅକ୍ଟୋବରରେ ହେବ । ଏହା ରାତ୍ର ୧୧ ଟା୨୪ ମିନିଟରେ ଆରମ୍ଭ ହେବ । ଏହି ସମୟରେ ସୂର୍ଯ୍ୟ ପରାଗ ଲାଗିଥିବ । ସୂର୍ଯ୍ୟ ଗ୍ରହଣ ୧୪ ଅକ୍ଟୋବର ୮ ଟା ୩୪ ମିନିଟରେ ଆରମ୍ଭ ହୋଇ ବିଳମ୍ବିତ ରାତି ୨ ଟା ୨୫ ମିନିଟ ପର୍ଯ୍ୟନ୍ତ ରହିବ । ତେବେ ଏହାକୁ ନେଇ ଲୋକମାନେ ମଧ୍ୟ ଦ୍ୱନ୍ଦରେ ରହିଛନ୍ତି କ’ଣ ଏହି ସମୟରେ ପୂଜା କରିବା ଉଚିତ କି ନାହିଁ । ଜ୍ୟୋତିଷ୍ୟ ଅନୁସାରେ ସୂର୍ଯ୍ୟଗ୍ରହଣର ପ୍ରଭାବ ପୂଜା ଉପରେ ପଡିବ ନାହିଁ । ନବରାତ୍ର ପୂଜାରେ ଘଟସ୍ଥାପିତ ବା କଳସ ସ୍ଥାପନାର ମହତ୍ୱ ରହିଛି । ଘଟସ୍ଥାପିତ ସୂର୍ଯ୍ୟ ଗ୍ରହଣ ଶେଷ ହେବା ପରେ ହେବ ।
. ସୂର୍ଯ୍ୟ ପରାଗକୁ ଦୁର୍ଷିତ କାଳ କୁହାଯାଏ, ଯାହା ଫଳରେ ସୂର୍ଯ୍ୟପରାଗ ସରିବା ପରେ ପୁରା ଘରକୁ ଗଙ୍ଗା ଜଳରେ ଘରକୁ ପବିତ୍ର କରନ୍ତୁ ।
.ଏହା ପରେ ତୁଳସୀ ଗଛରେ ଗଙ୍ଗା ଜଳ ଛିଞ୍ଚନ୍ତୁ ।
.ଯେବେଳେ ସମ୍ପୂର୍ଣ୍ଣ ଘର ସଫା ହୋଇ ଯିବ ସେତେବେଳେ ସ୍ନାନ କରି ନୂଆ ପୋଷାକ ପିନ୍ଦନ୍ତୁ ।
.ଏହା ପରେ ଘଟସ୍ଥାପନା କରନ୍ତୁ ।
.ନବରାତ୍ରରେ ଘଟସ୍ଥାପନା ଶୁଭ ମୁହୂର୍ତ୍ତ ଏବଂ ବିଧି ଅନୁସାରେ କରନ୍ତୁ ।
.ଘଟସ୍ଥାପନାର ଶୁଭ ମୂହୁର୍ତ୍ତ ଆରମ୍ଭ ୧୫ ଅକ୍ଟୋବର ୨୦୨୩ରେ ସକାଳ ୧୧ ଟା ୪୪ ମିନିଟରେ ହେଉଛି ।
.କଳସ ସ୍ଥାପନାର ମୂହୁର୍ତ୍ତ ୧୫ ଅକ୍ଟୋବର ୨୦୨୩ ଦ୍ୱିପହର ୧୨ ଟା ୩୦ ମିନିଟରେ ହେବ ।
.ନବ ରାତ୍ରର ତିଥି ୧୫ ଅକ୍ଟୋବର ୨୦୨୩ରେ ଆରମ୍ଭ ହେବ ।
.ଏହା ସମାପ୍ତ ୨୪ ଅକ୍ଟୋବରରେ ହେବ ।
ସୂର୍ଯ୍ୟପରାଗ ଅକ୍ଟୋବର 14 ଶନିବାର ଦିନ ରାତି 8:34 ରେ ଆରମ୍ଭ ହେବ ଏବଂ ଏହାର ଅନ୍ତ ରାତି 2:25 ରେ ଶେଷ ହେବ। ଏହି ପରାଗ ଆଫ୍ରିକାର ପଶ୍ଚିମାଞ୍ଚଳ, ଆଟଲାଣ୍ଟିକ୍, ଆର୍କଟିକ୍, ଉତ୍ତର ଆମେରିକା ଏବଂ ଦକ୍ଷିଣ ଆମେରିକାର ପଶ୍ଚିମ ଭାଗରେ ସୂର୍ଯ୍ୟ ପରାଗ ଦୃଶ୍ୟମାନେ ହେବ । ଭାରତରେ ସୂର୍ଯ୍ୟ ପରାଗ ଦୃଶ୍ୟମାନ ହେବ ନାହିଁ ତେଣୁ ସୂତକ ଅବଧି ବୈଧ ନୁହେଁ ।