୨୦୨୫ର ପ୍ରଥମ ଗୋଚର ୪ ତାରିଖରେ, ଏହି ସବୁ ରାଶି ହୋଇବେ ଲାଭବାନ

ବୁଦ୍ଧି, ବାଣୀ, ତର୍କର କାରକ ଗ୍ରହ । ବୁଧଙ୍କୁ ଗ୍ରହମାନଙ୍କ ରାଜକୁମାର କୁହାଯାଏ ।

ନୂଆଦିଲ୍ଲୀ- ଆସିଛି ନୂଆବର୍ଷ । ଆଜି ବର୍ଷର ଦ୍ୱିତୀୟ ଦିନ । ୪ର୍ଥ ଦିନରେ ହେବ ବର୍ଷର ପ୍ରଥମ ଗୋଚର । ଏହି ଦିନ ବୁଧ ଧନୁ ରାଶିରେ ପ୍ରବେଶ କରିବେ । ବୁଧ ଗ୍ରହଙ୍କ ଗୋଚର କେଉଁ ରାଶିକୁ କି ଫାଇଦା ଦେବ, କେଉଁ ରାଶି ଏଥିରେ ବେଶୀ ଲାଭବାନ ହେବେ ଆସନ୍ତୁ ଜାଣିବା ।

ବୁଧ ହେଉଛନ୍ତି ବୁଦ୍ଧି, ବାଣୀ, ତର୍କର କାରକ ଗ୍ରହ । ବୁଧଙ୍କୁ ଗ୍ରହମାନଙ୍କ ରାଜକୁମାର କୁହାଯାଏ ।

ବୁଧଗ୍ରହ ୪ ଜାନୁଆରୀ ସକାଳ ୧୧ଟା ୫୫ରେ ଧନୁ ରାଶିରେ ପ୍ରବେଶ କରିବେ । ବୁଧଙ୍କ ଏହି ଗୋଚର ପାଇଁ କିଛି ରାଶି ଲାଭ ପାଇବେ ଓ କିଛିଙ୍କୁ କ୍ଷତି ହେବ । ତେବେ କେଉଁରାଶି ଏଥିରେ ହେବେ ଲାଭବାନ ଆସନ୍ତୁ ଜାଣିବା ।

କନ୍ୟା- ନୂଆ ବର୍ଷରେ ବୁଧ ଗୋଚରରେ କନ୍ୟା ରାଶିର ଲୋକଙ୍କୁ ଧନଲାଭର ଯୋଗ ରହିଛି । ଏହି ସମୟଟି ସଞ୍ଚୟ ପାଇଁ ଉପଯୁକ୍ତ ସମୟ । ଏଥିସହ ବୁଧ ଗୋଚର କାଳରେ ପରିବାରର ସହଯୋଗ ମିଳିବ । ପାର୍ଟନରଙ୍କ ସହ ଭଲ ସମୟ ବିତାଇବାର ମୌକା ମିଳିବ ।

ମକର- ମକରରାଶିବାଲାଙ୍କ ପାଇଁ କର୍ମକ୍ଷେତ୍ରରେ ନୂଆ ଅବସର ମିଳିବ । ଶତ୍ରୁଙ୍କ ଉପରେ ଏହି ରାଶିର ଲୋକ ବିଜୟ ପାଇବେ । ସମାଜରେ ସମ୍ମାନ ବଢିବ ଓ କ୍ୟାରିୟର ମଧ୍ୟ ଏକ ସକାରାତ୍ମକ ଦିଗରେ ଆଗେଇ ଯିବ ।

ସିଂହରାଶି- ଏହି ରାଶିର ଲୋକଙ୍କର ଆର୍ଥିକ ଇଛା ପୂରଣ ହେବ । ବୈବାହିକ ସମସ୍ୟା ଦୂର ହେବ । ଆୟରେ ବୃଦ୍ଧି ହେବ । ନୂଆ ଲୋକସମ୍ପର୍କରୁ ଭଲ ଲାଭ ମିଳିବ ।

କୁମ୍ଭରାଶି- ଏହି ସମୟରେ କୁମ୍ଭ ରାଶିର ଲୋକଙ୍କୁ ଭାଗ୍ୟ ସାଥ ଦେବ । ଆର୍ଥିକ ଲାଭ ମିଳିବାର ସମ୍ଭାବନା ରହିଛି ।

ମୀନ ରାଶି- ଏହି ରାଶିର ଲୋକଙ୍କୁ ବୁଧ ଗୋଚର ନୂଆ ନିଯୁକ୍ତି ସୁଯୋଗ ଦେବ । ସଫଳତାର ଯୋଗ ରହିଛି । ଦାମ୍ପତ୍ୟ ଜୀବନ ସୁଖକର ହେବ ।