ଏହି ତାରିଖରେ ଆସିବ ପିଏମ କିଷାନର ୧୧ତମ କିସ୍ତି! ପୂର୍ବରୁ ସାରିନିଅନ୍ତୁ ଏହି କାମ

ନୂଆଦିଲ୍ଲୀ: ଯଦି ଆପଣ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ହିତାଧିକାରୀ, ତେବେ ଆପଣଙ୍କ ପାଇଁ ଏହି ଖବରଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ମିଡିଆ ରିପୋର୍ଟ ଅନୁସାରେ, ପିଏମ କିଷାନର ୧୧ତମ କିସ୍ତି ଏପ୍ରିଲରେ ଜାରି କରାଯିବ । କିନ୍ତୁ ଏହା ପୂର୍ବରୁ e-KYC ପୂରଣ କରିବାକୁ ପଡିବ । ଅର୍ଥାତ୍ ଏବେ ୧୧ତମ କିସ୍ତି ପାଇଁ ଚାଷୀଙ୍କୁ ଅନେକ ନୂଆ ନିୟମ ସହ ଆବେଦନ କରିବାକୁ ପଡିବ । ଆସନ୍ତୁ ଜାଣିବା କ’ଣ…

ତେବେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ ମୋଦୀ ସରକାର ଦେଶର ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ୬,୦୦୦ ଟଙ୍କା ଟ୍ରାନ୍ସଫର କରୁଛନ୍ତି । ସରକାର ଏହି ଟଙ୍କାକୁ ତିନି କିସ୍ତିରେ ଚାଷୀଙ୍କୁ ଦେଉଛନ୍ତି । ପ୍ରତ୍ୟେକ କିସ୍ତିରେ ଚାଷୀଙ୍କୁ ୨,୦୦୦ ଟଙ୍କା ଦିଆଯାଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଯୋଜନାର ୧୦ ଟି କିସ୍ତି କୃଷକଙ୍କ ଆକାଉଣ୍ଟରେ ପହଞ୍ଚିସାରିଛି । ଏବେ ଚାଷୀମାନେ ୧୧ତମ କିସ୍ତିକୁ ଅପେକ୍ଷା କରିଛନ୍ତି । କୁହାଯାଉଛି ଯେ ଏକାଦଶ କିସ୍ତି ଏପ୍ରିଲ ମାସରେ ଆସିଯିବ ।

ଇ- କେୟାଇସି କରିବା ଆବଶ୍ୟକ :-
ପିଏମ କିଷାନ ପୋର୍ଟାଲରେ କୁହାଯାଇଛି ଯେ, ଆଧାର ଭିତ୍ତିକ OTP ପ୍ରାମାଣିକରଣ ପାଇଁ ଚାଷୀମାନଙ୍କୁ Kisan Cornerରେ e-KYC ବିକଳ୍ପ ଉପରେ କ୍ଲିକ୍ କରିବାକୁ ପଡିବ । ବାୟୋମେଟ୍ରିକ ପ୍ରାମାଣିକରଣ ପାଇଁ ନିକଟତମ CSC ସେଣ୍ଟର ଯିବାକୁ ପଡିବ । ଘରେ ବସି ମୋବାଇଲ୍, କମ୍ପ୍ୟୁଟର କିମ୍ବା ଲାପଟପରେ ବି ଆପଣ ଏହି କାମ କରିପାରିବେ । ଜାଣନ୍ତୁ କିପରି…

-ଆଧାର ଆଧାରିତ OTP ପ୍ରାମାଣିକରଣ ପାଇଁ Kisan Cornerରେ ଥିବା e-KYC ବିକଳ୍ପ ଉପରେ କ୍ଲିକ୍ କରନ୍ତୁ ।
– ବାୟୋମେଟ୍ରିକ୍ ପ୍ରାମାଣିକରଣ ପାଇଁ ନିକଟତମ CSC କେନ୍ଦ୍ରଗୁଡିକ ସହିତ ଯୋଗାଯୋଗ କରନ୍ତୁ ।
– ଆପଣ ମୋବାଇଲ୍, ଲାପଟପ୍ କିମ୍ବା କମ୍ପ୍ୟୁଟର ସାହାଯ୍ୟରେ ଘରେ ବସି ଏହାକୁ ପୁରା କରିପାରିବେ ।
– ଏଥିପାଇଁ ସର୍ବପ୍ରଥମେ ଆପଣ https://pmkisan.gov.in/ ପୋର୍ଟାଲକୁ ଯାଆନ୍ତୁ ।
– ଡାହାଣ ପାର୍ଶ୍ୱରେ ଆପଣ ଏହିପରି ଟ୍ୟାବଗୁଡ଼ିକ ପାଇବେ । ସବୁଠାରୁ ଆପଣ e-KYC ଲେଖା ମିଳିବ । ଏହା ଉପରେ କ୍ଲିକ୍ କରନ୍ତୁ ।