fbpx

ଅଟା ଓ ଚେରୀରେ ତିଆରି କୁନି ସାଣ୍ଟା: ଉଚ୍ଚତା ମାତ୍ର ଅଢେଇ ସେଣ୍ଟିମିଟର

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କ୍ରୀଷ୍ଟମାସ ପାଇଁ ସବୁକିଛି ଉତ୍ସବ ମୁଖର । କରୋନାର ପ୍ରଭାବ ପାଇଁ ଉତ୍ସବରେ ସାମାନ୍ୟ ଫିକା ପଡିଛି । ଏହା ମଧ୍ୟରେ ବିଭିନ୍ନ ସ୍ଥାନରେ କ୍ରିଷ୍ଟମାସ ଟ୍ର ସହିତ ଆଲୋକ ସଜ୍ଜା ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ସମସ୍ତେ ସାଣ୍ଟାକ୍ରୁଜର ଆକାରକୁ ଅଧିକରୁ ଅଧିକ ବଡ କରିବାକୁ ପ୍ରୟାସ କରୁଥିବା ବେଳେ ଭିନ୍ନ ଏକ ପ୍ରୟାସ କରିଛନ୍ତି ଚିତ୍ରଶିଳ୍ପୀ ପ୍ରିୟଙ୍କା ସାହାଣୀ ।

କ୍ଷୁଦ୍ରାତିକ୍ଷୁଦ୍ର ସାଣ୍ଟା ନିର୍ମାଣ ପାଇଁ ପ୍ରିୟଙ୍କାଙ୍କ ପ୍ରୟାସରେ ନିର୍ମିତ ହୋଇଛି ଅଢେଇ ସେମିର ସାଣ୍ଟା । ଏହା ମଧ୍ୟରେ କ୍ରିଷ୍ଟମାସ ଟ୍ରି, ସାଣ୍ଟା କ୍ଲସ ଏବଂ ସ୍ନୋ ମ୍ୟାନ ରହିଛି । କ୍ରିଷ୍ଟମାସ ଟ୍ରିର ଉଚ୍ଚତା ୪ ସେମି ରହିଥିବା ବେଳେ ସାଣ୍ଟା କ୍ଲସର ଉଚ୍ଚତା ମାତ୍ର ଅଢେଇ ସେଣ୍ଟି ମିଟର ରହିଛି । ଏହା ସହିତ ସ୍ନୋମ୍ୟାନର ଉଚ୍ଚତା ମାତ୍ର ୨.୩ ସେମି ରହିଛି । ମଇଦା, ଚେରୀ ଏବଂ ଆକ୍ରିଲିକ୍ ରଙ୍ଗର ବ୍ୟବହାରରେ ସାଣ୍ଟା ନିର୍ମାଣ କରିଛନ୍ତି ପ୍ରିୟଙ୍କା ।

Get real time updates directly on you device, subscribe now.