fbpx
BSKY SKY
BSKY SKY

ଶାଳଚୁଆ ଘାଟିରେ ଦୁଇ ବାଇକ୍ ଧକ୍କା: ୩ମୃତ, ୨ ଗୁରୁତର

BSKY

ଆନନ୍ଦପୁର: ଶାଳଚୁଆ ଘାଟିରେ ଏକ ବଡ଼ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି। ଏହି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ଏହା ବ୍ୟତୀତ ଅନ୍ୟ ଦୁଇ ଜଣ ଗୁରୁତର ଅଛନ୍ତି। ସୂଚନା ଅନୁଯାଇ ଆନନ୍ଦପୁର ଶାଳଚୁଆ ଘାଟିରେ ଦୁଇ ବାଇକ ମୁହାଁ ମୁହିଁ ହୋଇ ଧକ୍କା ହୋଇଛନ୍ତି। କୁହାଯାଉଛି ଦୁଇ ବାଇକ ଦ୍ରୁତ ଗତିରେ ଯାଉଥିବା ବେଳେ ପରସ୍ପର ମଧ୍ୟରେ ଧକ୍କା ହୋଇଛି।

ଘଟଣାସ୍ଥଳରେ ରାସ୍ତାରେ ଯାଉଥିବା ଲୋକେ ଆମ୍ବୁଲାନ୍ସ ଡକାଇ ୨ ଗୁରୁତରଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରିଛନ୍ତି। ମୃତାହତ ଯୁବକ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି। ପୋଲିସ ପହଞ୍ଚି ଗାଡି ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.