fbpx

ପାରାଦୀପରେ ଚାଲିଛି ୨ ଦିନିଆ ସମରାଭ୍ୟାସ, ଉପକୂଳ ସୁରକ୍ଷାକୁ ଗୁରୁତ୍ୱ

ଓଡ଼ିଶା ଭାସ୍କର: ପାରାଦୀପରେ ଚାଲିଛି ମିଳିତ ସମରାଭ୍ୟାସ । ଉପକୂଳ ସୁରକ୍ଷାକୁ ଦୃଷ୍ଟିରେ ରଖି ୨ ଦିନିଆ ମିଳିତ ସମରାଭ୍ୟାସ ଆରମ୍ଭ ହୋଇଛି । ‘ସାଗର କବଚ-୨’ ପକ୍ଷରୁ ଏହି ମିଳିତ ସମରାଭ୍ୟାସ କରାଯାଉଛି । ଏହି ସମରାଭ୍ୟାସ ଟିମରେ ମେରାଇନ୍ ପୋଲିସ, କୋଷ୍ଟ ଗାର୍ଡ଼, ନାଭାଲ ଟିମ୍‌, ବନ ବିଭାଗ, ମତ୍ସ୍ୟ ବିଭାଗ ଓ ଗୁଇନ୍ଦା ସଂସ୍ଥା ସାମିଲ ଅଛନ୍ତି । ଉଲ୍ଲେଖ୍ୟଯୋଗ୍ୟ ୨୬/୧୧ ଆକ୍ରମଣ ପରେ ରାଜ୍ୟ ଓ କେନ୍ଦ୍ର ପକ୍ଷରୁ ସମରାଭ୍ୟାସ କରାଯାଉଛି ।

Get real time updates directly on you device, subscribe now.