fbpx

ଜମ୍ମୁ-କାଶ୍ମୀରରେ ୨ଟି ଏନକାଉଣ୍ଟର୍

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରେ ଦୁଇଟି ଭିନ୍ନ ଭିନ୍ନ ଅଞ୍ଚଳରେ ଏନକାଉଣ୍ଟର୍ ହୋଇଛି । ଅନନ୍ତନାଗ ଓ ବାନ୍ଦିପୋରାରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଥିଲା । ଅନନ୍ତନାଗରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଜଣେ ସୁରକ୍ଷାକର୍ମୀ ଆହତ ହୋଇଛି । ବର୍ତ୍ତମାନ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି । ସୂଚନା ଥାଉ ଯେ, କିଛି ଦିନ ହେବ କାଶ୍ମୀରରେ ସିଲେକ୍ଟିଭ୍ କିଲିଂ କରୁଥିବା ଆତଙ୍କବାଦୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଉଦ୍ୟମ ଚଳାଇଛି । ଅନ୍ୟପଟେ କାଶ୍ମୀରରେ ଅନେକ ଆତଙ୍କବାଦୀ ସଂଗଠନ ସକ୍ରିୟ ଥିବା ମଧ୍ୟ କୁହାଯାଉଛି । ତେଣୁ କେନ୍ଦ୍ରୀୟ ଗୃହ ମନ୍ତ୍ରାଳୟ ପକ୍ଷରୁ ଏ ଦିଗରେ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.