fbpx

ଟ୍ରେନିଂ ସମୟରେ ୨ଜଣ CRPF ଯବାନଙ୍କ ଛାତି ଯନ୍ତ୍ରଣା, ଚିକିତ୍ସାଧୀନ ଅବସ୍ଥାରେ ଦୁଇ ଜଣ ସହିଦ

ନୂଆଦିଲ୍ଲୀ : ଝାଡଖଣ୍ଡରେ ଟ୍ରେନିଂ ସମୟରେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ହେତୁ ଦୁଇ ସିଆରପିଏଫ ଯବାନଙ୍କ ମୃତ୍ୟୁ ହୋଇଛି । ଚିକିତ୍ସା ସମୟରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି । କିନ୍ତୁ ମୃତ୍ୟୁର ସଠିକ କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ ।

ସୂଚନା ଅନୁସାରେ, ସିଆରପିଏଫର ମୁସାବନୀ ଜୋନଲ ଟ୍ରେନିଂ ସେଣ୍ଟରରେ ଗୁରୁବାର ଦ୍ୱିପହରରେ ଟ୍ରେନିଂ ଚାଲୁଥିବା ସମୟରେ ୨ ଜଣ ଯବାନ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଛାତି ଯନ୍ତ୍ରଣା ବୃଦ୍ଧି ପାଇଥିବା ଯୋଗୁଁ ସେମାନେ ନିଜ ସାଥିଙ୍କୁ ଜଣାଇଥିଲେ । ସିଆରପିଏଫର ୧୩୩ ବାଟାଲିୟନ ମଣିପୁର ଯବାନ ହାବିଲଦାର ପ୍ରେମ କୁମାର ସିଂ ଓ ୭ ବାଟାଲିୟନ ଗିରିଡୀହ ବିହାରର ବାସିନ୍ଦା ଶମ୍ଭୁ ରାମ ଗୌଡ଼ଙ୍କୁ ନିକଟସ୍ଥ ଯାମସେଦପୁରର ମେଡିଟ୍ରିନା ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଇଥିଲେ ।

ପରବର୍ତ୍ତୀ ସମୟରେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ଦ୍ୱିପହର ୧.୩୦ରେ ସମୟରେ ଯବାନ ପ୍ରେମ କୁମାର ସିଂଙ୍କ ମୃତ୍ୟୁ ହୋଇଥିବା ବେଳେ ୩.୩୦ରେ ଶମ୍ଭୁ ରାମ ଗୌଡ଼ଙ୍କ ମୃତ୍ୟୁ ହୋଇଥିଲା । କିନ୍ତୁ ସେମାନଙ୍କ ମୃତ୍ୟୁ ହୃଦଘାତରେ ହୋଇଛି ବା ଅନ୍ୟ କିଛି କାରଣରୁ ହୋଇଛି, ତାହା ଏବେ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ । ଏ ନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ତରଫରୁ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।

Get real time updates directly on you device, subscribe now.