fbpx

(Video)”ପାହାଡ଼ ଉପରେ ୧୦ ଫୁଟିଆ ଏଲିଅନ”! ଭାଇରାଲ ହେଉଛି ଅଜବ ଦୃଶ୍ୟ

ଅନେକ ସମୟରେ ମହାକାଶରେ ଏଲିଅନଙ୍କ ସତ୍ତା ନେଇ ଅନେକ ଦାବି କରିଥାନ୍ତି । ଅନେକ ମହାକାଶ ଗବେଷଣା ସଂସ୍ଥା ଏବଂ ବୈଜ୍ଞାନିକମାନେ ଏନେଇ ଅଧିକ ଗବେଷଣା ମଧ୍ୟ ଜାରି ରଖିଛନ୍ତି । ତେବେ ଏହା ମଧ୍ୟରେ ବ୍ରାଜିଲର ଏକ ପାହାଡ଼ରେ ଦେଖିବାକୁ ମିଳିଛି ଏକ ଅଜବ ଦୃଶ୍ୟ । ତେବେ ଏହି ଦୃଶ୍ୟକୁ ଜଣେ ବ୍ୟକ୍ତି କ୍ୟାମେରାରେ ମଧ୍ୟ କଏଦ କରାଯାଇଛି ।

ଭିଡିଓରେ ଦୁଇ ଜଣ ମଣିଷ ଭଳି ଦେଖାଯାଉଥିବା ପ୍ରାଣୀଙ୍କୁ ଦେଖିବାକୁ ମିଳିଛି । କିନ୍ତୁ ସେମାନଙ୍କର ଆଶ୍ଚର୍ଯ୍ୟକର କଥା ହେଉଛି ସେମାନଙ୍କର ଉଚ୍ଚତା ୧୦ ଫୁଟ ବୋଲି ଦୂରରୁ ଆକଳନ କରାଯାଇଛି । ତେଣୁ ଭିଡିଓ ଦେଖି ଅନେକ ଲୋକ ଏହାକୁ ଏଲିଅନ ବୋଲି କହିଛନ୍ତି ।

ତେବେ ଏହାକୁ ଦେଖି ସେଠାକାର ସ୍ଥାନୀୟ ବାସିନ୍ଦାଙ୍କ ମନରେ ଭୟ ଖେଳିଯାଇଛି । ସ୍ଥାନୀୟ ଲୋକମାନଙ୍କ କହିବା ଅନୁଯାୟୀ ପାହାଡ଼ ଉପରେ ଥିବା ବଡ଼ ବଡ଼ ବୁଦାଗୁଡ଼ିକ ମଧ୍ୟ ସେମାନଙ୍କ ଆଣ୍ଠୁ ପର୍ଯ୍ୟନ୍ତ ଆସୁନଥିଲା । ସେଥିରୁ ସେମାନଙ୍କର ଉଚ୍ଚତା ଅନୁମାନ କରାଯାଇପାରୁଛି ।

Get real time updates directly on you device, subscribe now.