ଜୁଲାଇ ୧୩ ଓ ୧୪ରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର +୨ ଇନ୍‍ଷ୍ଟାଣ୍ଟ୍‍ ପରୀକ୍ଷା

ଭୁବନେଶ୍ୱର: ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ଉତ୍ତର ଖାତା ପୁନଃ ଯାଞ୍ଚ ପାଇଁ ଆଜିଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେଉଛି । କୌଣସି ପରୀକ୍ଷାର୍ଥୀଙ୍କର ଅଭିଯୋଗ ଥିଲେ ସେମାନେ ଧାର୍ଯ୍ୟ ଫି ଦାଖଲ କରି ଜୁନ୍‍ ୨୮ ତାରିଖ ମଧ୍ୟରେ ଆବେଦନ କରିପାରିବେ ।

କପି କରି ମାଲ୍‍ ପ୍ରାକ୍ଟିସ୍‍ ହୋଇଥିବା ପରୀକ୍ଷାର୍ଥୀଙ୍କୁ ମଧ୍ୟ ସେମାନଙ୍କ ପକ୍ଷ ରଖିବାକୁ ସୁଯୋଗ ଦିଆଯାଇଛି । ଜୁନ୍‍ ୨୯ ତାରିଖ ସୁଦ୍ଧା ସେମାନେ ପରିଷଦର ପରୀକ୍ଷା ନିୟନ୍ତ୍ରକଙ୍କ ନିକଟରେ ଲିଖିତ ଉତ୍ତର ରଖିପାରିବେ । ଏଥିସହିତ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ଇନ୍‍ଷ୍ଟାଣ୍ଟ ପରୀକ୍ଷା ଜୁଲାଇ ୧୩ ଓ ୧୪ ତାରିଖରେ ଅନୁଷ୍ଠିତ ହେବ ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।