fbpx

୨୦ ମହଲା ବିଶିଷ୍ଟ ବିଲ୍ଡିଂରେ ଲାଗିଲା ଭୀଷଣ ନିଆଁ, ୨ ମୃତ; ୧୫ ଆହତ

ମୁମ୍ବାଇ: ମାୟାନଗରୀ ମୁମ୍ବାଇର ଏକ ୨୦ ମହଲା ବିଶିଷ୍ଟ ବିଲ୍ଡିଂରେ ଭୀଷଣ ନିଆଁ ଲାଗିଯାଇଛି । ଏହି ଅଗ୍ନିକାଣ୍ଡ ମୁମ୍ବାଇର ତାଡଦେବ ଅଞ୍ଚଳରେ ଘଟିଛି । ଏଠାରେ ଥିବା କମଳା ବିଲ୍ଡିଂର ୧୮ ନମ୍ବର ମହଲାରେ ନିଆଁ ଲାଗିଯାଇଥିବା ଜଣାପଡ଼ିଥିଲା । ନିଆଁର ଲେବଲ୍ ୩ ଥିବା ବେଳେ ଏଥିରେ ଦୁଇଜଣଙ୍କ ମୃତ୍ୟୁ ହୋଇଯାଇଛି । ସେହିପରି ୧୫ ଜଣଙ୍କ ଠାରୁ ଅଧିକ ଆହତ ମଧ୍ୟ ହୋଇଛନ୍ତି ।

ଖବର ପାଇ ଅଗ୍ନିଶନବାହିନୀ ସେଠାରେ ପହଞ୍ଚିଥିଲେ ଓ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଅଗ୍ନିଶମବାହିନୀର ୧୩ଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିବା ସୂଚନା ମିଳିଛି । ବିଲ୍ଡିଂରେ ଫସିଥିବା ଅଧିକାଂଶ ଲୋକଙ୍କୁ ବାହାରକୁ ଅଣାଯାଇଛି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ୫ଟି ଆମ୍ବୁଲାନ୍ସ ରହିଛି । ସେହିପରି ହସ୍ପିଟାଲରୁ ମିଳିଥିବା ତଥ୍ୟ ମୁତାବକ, ୧୨ ଜଣଙ୍କୁ ଜେନେରାଲ୍ ୱାର୍ଡରେ ରଖାଯାଇଛି ଓ ୩ ଜଣଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି ।

ସୂଚନା ଯେ, ସକାଳ ୭ଟା ୩୦ ମିନିଟ୍ ରେ ନିଆଁ ଲାଗିଥିଲା । ନିଆଁ ଲାଗିବାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ରୂପେ ଜଣାପଡ଼ିନାହିଁ । ବର୍ତ୍ତମାନ ନିଆଁ ନିୟନ୍ତ୍ରଣ କରାଯାଇଛି । କୁହାଯାଉଛି ଯେ, ନିଆଁ ସର୍ଟ ସର୍କିଟ୍ ଯୋଗୁଁ ଲାଗିଛି । ମୁମ୍ବାଇର ମେୟର୍ କିଶୋରୀ ପେଡନେକର୍ କହିଛନ୍ତି ଯେ, ଭାଟିଆ ହସ୍ପିଟାଲରେ ବେଡ୍ ଫୁଲ ହୋଇଯାଇଛି । ଏପରି ସ୍ଥିତିରେ ଆଖାପାଖର ହସ୍ପିଟାଲରେ ବେଡ୍ ଖାଲି ରଖିବାକୁ କୁହାଯାଇଛି । ରେସ୍କ୍ୟୁ ଅପରେସନ୍ ଜାରି ରହିଛି । ଲୋକଙ୍କୁ ସୁରକ୍ଷିତ ଭାବେ ସେଠାରୁ ବାହାରକୁ ଅଣାଯାଇଛି ।

Get real time updates directly on you device, subscribe now.