୨ ଲକ୍ଷ ୬୭ ହଜାର ‘ସୁଭଦ୍ରା’ ଆବେଦନ ରିଜେକ୍ଟ, ଜାଣନ୍ତୁ ଏବେ କ’ଣ କରିବେ ଏହି ଆବେଦନକାରୀ

ଭୁବନେଶ୍ୱର: ଆସନ୍ତା ୨୪ ତାରିଖରେ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ହିତାଧିକାରୀମାନେ ପାଇବେ। ଏନେଇ ବଡ଼ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଖାତାକୁ ଏହି ପର୍ଯ୍ୟୟରେ ଯିବ ‘ସୁଭଦ୍ରା’ ଟଙ୍କା। ଉପମୁଖ୍ୟମନ୍ତ୍ରୀଙ୍କ ସୂଚନାନୁଯାୟୀ, ସୁନ୍ଦରଗଡ଼ରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ୩ୟ ପର୍ଯ୍ୟାୟ ଟଙ୍କା ପ୍ରଦାନ କରାଯିବ।

ତେବେ ବର୍ତ୍ତମାନ ୨ ଲକ୍ଷ ୬୭ ହଜାର ସୁଭଦ୍ରା ଆବେଦନ ରିଜେକ୍ଟ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେ କହିଛନ୍ତି ଯେ, ବିଭିନ୍ନ ତ୍ରୁଟି କାରଣରୁ ଆବେଦନ ପତ୍ର ରିଜେକ୍ଟ ହୋଇଛି। ଏହି ରିଜେକ୍ଟ ତାଲିକା ଜିଲ୍ଲାପାଳଙ୍କ ଜରିଆରେ ବ୍ଲକକୁ ପଠାଯାଇଛି। ଆଧାର କାର୍ଡ, ବ୍ୟାଙ୍କ ତ୍ରୁଟି ସଂଶୋଧନ କଲେ ୩ୟ ପର୍ଯ୍ୟାୟରେ ସୁଭଦ୍ରା ଟଙ୍କା ମିଳିବ। ଯଦି ଏହି ସଂଶୋଧନ ବିଳମ୍ବ କରାଯାଏ, ତେବେ ୪ର୍ଥ ପର୍ଯ୍ୟାୟରେ ଟଙ୍କା ଦେବୁ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ଏହି ଯୋଜନାରେ ଜଣେ ବି ଯୋଗ୍ୟ ହିତାଧିକାରୀ ଏହି ସୁବିଧାରୁ ବଞ୍ଚିତ ହେବେ ନାହିଁ।