ଭୁବନେଶ୍ବର: ଭଦ୍ରକ ଜିଲ୍ଲା ବାସୁଦେବପୁର ମ୍ୟୁନିସିପାଲିଟ ଗୁଆଗାଁରେ ଅଭାବନୀୟ ଘଟଣା । ପୋଖରୀରେ ବୁଡ଼ି ଦୁଇ ନାବାଳକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଉକ୍ତ ଗ୍ରାମର କାହ୍ନୁ ବେହେରାଙ୍କ ପୁଅ ରାଜେନ୍ଦ୍ର(୧୭) ଓ ସତ୍ୟବାନ ବେହେରାଙ୍କ ପୁଅ ଜ୍ୟୋତିର୍ମୟ(୧୪)।
୪ରୁ ୫ ଜଣ ସାଂଗ ମିଶି ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ସମସ୍ତେ ସାଙ୍ଗ ହୋଇ ଗାଧୋଇଥିବା ବେଳେ 2 ଜଣ ବୁଡ଼ି ଯାଇଥିଲେ । ଅନ୍ୟମାନ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ ହେଁ ସମ୍ଭବପର ହୋଇନଥିଲା । ଫଳରେ ସେମାନେ ଗ୍ରାମବାସୀଙ୍କୁ ଚିତ୍କାର କରି ଡାକିଥିଲେ ।
ଖବର ପାଇ ସ୍ଥାନୀୟ ଲୋକେ ଦୁହିଁଙ୍କୁ ଉଦ୍ଧାର କରି ବାସୁଦେବପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ହେଲେ ସେଠାରେ ଉଭୟଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଥିଲେ । ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ କାନ୍ଦବୋବାଳିରେ ଫାଟି ପଡୁଛି ଦୁଇ ଘର ।