fbpx

ଦିଲ୍ଲୀରେ ଦୁଇ ମଙ୍କିଫକ୍ସ ସନ୍ଦିଗ୍ଧ ମାମଲା ଚିହ୍ନଟ

Advertisement

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ମଙ୍କିଫକ୍ସ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହା ଭିତରେ ଆଉ ଦୁଇ ସନ୍ଦିଗ୍ଧ ରୋଗୀଙ୍କ ସୂଚନା ମିଳିଛି । ତେବେ ଉଭୟ ସନ୍ଦିଗ୍ଧ ଆଫ୍ରିକା ଫେରନ୍ତା ବୋଲି ସୂଚନା ମିଳିଛି । ଉଭୟଙ୍କୁ ଦିଲ୍ଲୀର ଏଲଏନଜେପି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହାସହିତ ସେମାନଙ୍କର ନମୁନା ମଧ୍ୟ ଯାଞ୍ଚ କରାଯାଉଛି । ରିପୋର୍ଟ ଆସିଲା ପରେ ହିଁ ସୂଚନା ମିଳିବ ଯେ ସେମାନେ ମଙ୍କିଫକ୍ସରେ ଆକ୍ରାନ୍ତ ଅଛନ୍ତି କି ନାହିଁ ।

ବର୍ତ୍ତମାନର ରିପୋର୍ଟ ଅନୁସାରେ ଦିଲ୍ଲୀରେ ଗୋଟିଏ ମଙ୍କିଫକ୍ସର ମାମାଲା ଚିହ୍ନଟ କରାଯାଇଛି । ଏଲଏନଜେପି ହସ୍ପିଟାଲର କର୍ତ୍ତୁପକ୍ଷ ସୁରେଶ କୁମାର କହିଛନ୍ତି ଯେ ବର୍ତ୍ତମାନ ଯେଉଁ ଗୋଟିଏ ମାମଲା ରହିଛି ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବର୍ତ୍ତମାନ ସୁଧୁରିବାରେ ଲାଗିଲାଣି । ଏବଂ ଖୁବ ଶୀଘ୍ର ସେ ଠିକ ହୋଇ ଯିବେ । ଏହା ପରେ ତାଙ୍କୁ ହସ୍ପିଟାଲରୁ ଡିସ ଚାର୍ଜ କରାଯିବ ବୋଲି ଶ୍ରୀ କୁମାର କହିଛନ୍ତି ।

ସେପଟେ ଦିଲ୍ଲୀର ଏଲଏନଜେପି ହସ୍ପିଟାଲରେ ଭର୍ତ୍ତି ଥିବା ଅନ୍ୟ ରୋଗୀ ମାନଙ୍କର ନମୁନା ଯାଞ୍ଚ ପାଇଁ ପୁଣେର ଏନଆଇଭି ହସ୍ପିଟାଲକୁ ପଠାଯାଇଛି । କେବଳ ଏତିକି ନୁହେଁ ଦିଲ୍ଲୀର ଏଲଏନଜେପି ହସ୍ପିଟାଲରେ ମଧ୍ୟ ମଙ୍କଫକ୍ସ ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ୱାର୍ଡ ମଧ୍ୟ ପ୍ରସ୍ତୁତ କରାଯାଇଛି । ଯେଉଁଥିରେ ୧୦ ଟି ଶଯ୍ୟା ରହିବା ସହିତ ଚିକିତ୍ସା ପାଇଁ ମୋଟ ୨୦ଜଣ ଡାକ୍ତରଙ୍କୁ ମଧ୍ୟ ନିୟୋଜିତ କରାଯାଇଛି ।

Get real time updates directly on you device, subscribe now.