ଗାଧୋଇବାକୁ ଯାଇ ପାଣିରେ ଭାସିଗଲେ, ମହାନଦୀରେ ବୁଡ଼ି ୨ ଜଣ ନିଖୋଜ

ମହାନଦୀରେ ୨ ଯୁବକ ନିଖୋଜ, ଜଣେ ଗୁରୁତର

କଟକ: ମହାନଦୀରେ ବୁଡ଼ି ଯାଇ ୨ ଜଣ ନିଖୋଜ ଖବର ବର୍ତ୍ତମାନ ସାମ୍ନାକୁ ଆସିଛି । ଯୋବ୍ରା ଆନିକଟ ନିକଟରେ ବୁଡ଼ି ଯାଇ ନିଖୋଜ ହୋଇଥିବା ଜଣାପଡିଛି । ସୂଚନା ମୁତାବକ, ୩ ଜଣ ଗାଧୋଇଲା ବେଳେ ଏହି ଅଘଟଣ ଘଟିଛି । ଏଥିରେ ଜଣେ ବ୍ୟକ୍ତି ଉଦ୍ଧାର ହୋଇଛନ୍ତି ।

୨ ନିଖୋଜଙ୍କୁ ଅଗ୍ନିଶମ କର୍ମଚାରୀଙ୍କର ଖୋଜାଖୋଜି ଚାଲିଛି । ଗୁରୁତରଙ୍କୁ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଯୋବ୍ରା ଆନିକଟ ନିକଟରେ ବୁଡ଼ି ଯାଇ ନିଖୋଜ ହୋଇଯାଇଛନ୍ତି । ୬ ଜଣ ଗାଧୋଇଲା ବେଳେ ୨ ଜଣ ବୁଡ଼ି ଯାଇଥିଲେ ।