fbpx

ଯୁକ୍ତ ୨ ବିଜ୍ଞାନ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

Advertisement

ବାଲେଶ୍ୱର: ରାଜ୍ୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଛାତ୍ରୀ ଜଣକ ଯୁକ୍ତ ୨ ବିଜ୍ଞାନ ପଢୁଥିବା ସୂଚନା ମିଳିଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ପୋଲିସ ତଦନ୍ତ ଚଳାଇଛି ।

ସୂଚନା ଅନୁଯାୟୀ, ବାଲେଶ୍ୱରର ଏକ ଘରୋଇ ଆବାସିକ ବିଦ୍ୟାଳୟରେ ଯୁକ୍ତ ୨ ବିଜ୍ଞାନରେ ପଢୁଥିଲେ ଏହି ଛାତ୍ରୀ । ସେ ରେଶମା ଶିଳ୍ପାଞ୍ଚଳ ଥାନା ଅଧୀନ ଆବାସିକ ବିଦ୍ୟାଳୟରେ ପଢୁଥିଲେ । ରାତିରେ ଆବାସିକ ବିଦ୍ୟାଳୟ ହଷ୍ଟେଲରୁ ମୃତଦେହ ଉଦ୍ଧାର କରାଯାଇଛି ।

ଘଟଣାସ୍ଥଳରେ ପୋଲିସକୁ ଆବାସିକ ବିଦ୍ୟାଳୟ ହଷ୍ଟେଲ ତରଫରୁ ଏନେଇ ସୂଚନା ଦିଆଯାଇଥିଲା । ପୋଲିସ ପହଁଚି ମୃତଦେହ ଉଦ୍ଧାର କରି ଝିଅର ପରିବାରକୁ ସୂଚନା ଦିଆଯାଇଛି । ମୃତ ଛାତ୍ରୀଙ୍କ ଘର ବାଲେଶ୍ୱରର ସାନ୍ତାଗଡ଼ିଆ ବୋଲି ଜଣାପଡିଛି । ତେବେ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ପୋଲିସ ତଦନ୍ତ ଚଳାଇଛି ଏବଂ ହଷ୍ଟେଲର ରହୁଥିବା ସହପାଠୀମାନଙ୍କୁ ପଚରାଉଚରା କରୁଛି ।

Get real time updates directly on you device, subscribe now.