fbpx

ଓଡ଼ିଶାରେ ୨ ସ୍ୱାଇନ୍ ଫ୍ଲୁ ରୋଗୀ ଚିହ୍ନଟ: ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାକୁ ପୁଣି ଫେରିଛି ସ୍ୱାଇନ୍ ଫ୍ଲୁ । ପ୍ରାୟ ୨ ବର୍ଷ ପରେ ରାଜ୍ୟକୁ ଫେରିଛି ସ୍ୱାଇନ୍ ଫ୍ଲୁ । ରାଜଧାନୀର ଦୁଇ ଜଣ ବ୍ୟକ୍ତି ସ୍ୱାଇନ୍ ଫ୍ଲୁରେ ଆକ୍ରାନ୍ତ ହୋଇଥିବା ନେଇ ସୂଚନା ମିଳିଛି । ରାଜ୍ୟରେ ସ୍ୱାଇନ୍ ଫ୍ଲୁ ଚିହ୍ନଟ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ସେ କହିଛନ୍ତି ଯେ, ‘ରାଜ୍ୟରେ ୨ ଜଣ ସ୍ୱାଇନ୍ ଫ୍ଲୁ ରୋଗୀ ଚିହ୍ନଟ ହୋଇଛନ୍ତି । ଜଣେ ୩୮ ବର୍ଷୀୟ ପୁରୁଷ ହୋଇଥିବା ବେଳେ ଅନ୍ୟ ଜଣେ ୨୮ ବର୍ଷୀୟ ମହିଳା । ଉଭୟେ ଏବେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଅଛି ।’

ଏହା ସହ ଚିହ୍ନଟ ୨ ରୋଗୀଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରି ନାହିଁ । ଲକ୍ଷଣ ଦେଖାଗଲେ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଇଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । କହିଛନ୍ତି ।

ତେବେ ଦୁଇ ଆକ୍ରାନ୍ତଙ୍କ ବ୍ୟତୀତ ଆଉ କେତେ ଜଣ ଆକ୍ରାନ୍ତ ହୋଇଛନ୍ତି ନା ନାହିଁ, ତାହା ପରୀକ୍ଷା ପରେ ଜଣାପଡ଼ିବ । ୨୦୦୯ ରେ ରାଜ୍ୟରେ ପ୍ରଥମ ସ୍ୱାଇନ୍ ଫ୍ଲୁ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ୨୦୧୬ରେ ରାଜ୍ୟରେ ଜଣେ ମାତ୍ର ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୦୧୭ରେ ରାଜ୍ୟରେ ସ୍ୱାଇନ୍ ଫ୍ଲୁ ଶୀର୍ଷକୁ ଛୁଇଁଥିଲା । ସେହିବର୍ଷ ୪୧୪ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୫୪ ଜଣଙ୍କର ମୃତ୍ୟୁ ହୋଇଥିଲା । ଶେଷଥର ରାଜ୍ୟରେ ପାଇଁ ୨୦୨୦ ରାଜ୍ୟରେ ସ୍ୱାଇନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିଲା ।

Get real time updates directly on you device, subscribe now.