fbpx

ଲିଫ୍ଟ ଦେବାକୁ କହି ନାବାଳିକାଙ୍କୁ ଗଣଦୁଷ୍କର୍ମ: ବିଧାୟକଙ୍କ ପୁଅ ନାଁରେ ଅଭିଯୋଗ

ହାଇଦ୍ରାବାଦ: ସାରା ଦେଶରେ ବଢିବାରେ ଲାଗିଛି ହତ୍ୟା, ଦୁଷ୍କର୍ମ ଭଳି ଅପରାଧ । ନିରୀହ ଜୀବନ ସହିତ ଖେଳିବାରେ ଲାଗିଛନ୍ତି କ୍ରିମିନାଲ । ସେହିଭଳି ଏକ ଘଟରା ଦେଖିବାକୁ ମିଳିଛି ହାଇଦ୍ରାବାଦ ଅଞ୍ଚଳରେ । ଜଣେ ନାବାଳିକାଙ୍କୁ କିଛି ଯୁବକ ମିଶି ଗଣ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି । ତେବେ ଏହି ମାମଲାରେ ଜଣେ ବିଧାୟକଙ୍କ ପୁଅ ମଧ୍ୟ ଜଡଇତ ତିବା ପୋଲିସ ସୂତ୍ରରୁ ସୂଚନା ମିଳିଛି ।

ଏକ ମର୍ସିିଡିଜ କାରରେ ଲିଫ୍ଟ ଦେବାକୁ କହି ଜଣେ ନାବାଳିକାକୁ ନେଇ ଯାଇଥିଲେ କିଛି ଦୁର୍ବୃତ୍ତ । ପରେ ତାଙ୍କ ସହ ଅସଦାଚରଣ କରିବା ସହିତ ସେମାନେ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏ ନେଇ ଖବର ପାଇବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଜୁବଲୀ ହିଲ୍ସ ପୋଲିସ ଷ୍ଟେସନରେ ଏ ନେଇ ଅଭିଯୋଗ ଦାୟର କରାଯାଇଛି ।

ତେବେ ଏହି ମାମଲାରେ ଜଣେ ବିଧାୟକଙ୍କ ପୁଅ ସାମିଲ ଥିବା ସୂଚନା ଦେଇଛି ପୋଲିସ । ୩ ଅଭିଯୁକ୍ତଙ୍କ ନାମରେ ଆଇପିସି ଧାରା ୩୫୪ ଏବଂ ପୋକ୍ସୋ ଆକ୍ଟ ଅନୁଯାୟୀ ମାମଲା ରୁଜୁ ହୋଇଛି । ପୀଡିତା ମହିଳାଙ୍କ୍ୁ ମେଡିକାଲ ଟେଷ୍ଟ ପାଇଁ ପଠାଯାଇଥିବା ବେଳେ ଏହି ଘଟଣାକୁ ଗଣଦୁଷ୍କର୍ମ ବୋଲି ଦର୍ଶାଇଛି ପୋଲିସ ।

Get real time updates directly on you device, subscribe now.