fbpx

ଶ୍ରୀନଗରରେ ଏନକାଉଣ୍ଟର : ଦୁଇ ଆତଙ୍କୀଙ୍କୁ ନିପାତ କଲା ସେନା

ନୂଆଦିଲ୍ଲୀ: ଜମ୍ମୁକାଶ୍ମୀର ଶ୍ରୀନଗରର ରଙ୍ଗରେତରେ ଅଞ୍ଚଳରେ ଏନକାଉଣ୍ଟରରେ ପୁଣି ଦୁଇ ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହୋଇଛି ଭାରତୀୟ ସେନା । ଶ୍ରୀନଗରର ରଙ୍ଗରେତରେ ଅଞ୍ଚଳରେ ଜାରି ଥିବା ସର୍ଚ୍ଚ ଅପରେସନ ବେଳେ ସୁରକ୍ଷାକର୍ମୀ-ଆତଙ୍କୀ ମୁହାଁମୁହିଁ ହୋଇଥିଲେ । ଏଥିରେ ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିବାବେଳେ ଦୁଇ ଆତଙ୍କୀଙ୍କୁ ନିପାତ କରିବାରେ ସଫଳତା ପାଇଛି ସୁରକ୍ଷାବଳୟ ।

କଶ୍ମୀର ଆଜିପି ବିଜୟ କୁମାର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଏନକାଉଣ୍ଟରରେ ନିପାତ ଦୁଇ ଆତଙ୍କୀଙ୍କ ପରିଚୟ ମିଳିପାରିନାହିଁ । ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ଥିବା ସୂଚନା ଦେଇଛନ୍ତି ଆଜିପି । ଆତଙ୍କୀ ଲୁଚିଥିବା ନେଇ ବିଶେଷ ସୁତ୍ରରୁ ଖବର ମିଳିଥିଲା । ଏହାପରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ପୋଲିସ, ସେନା ଓ ସିଆରପିଏଫଙ୍କ ମିଳିତ ସର୍ଚ୍ଚ ଅପରେସନରେ ଏହି ସଫଳତା ହାସଲ ହୋଇଥିବା କହିଛନ୍ତି ଆଜିପି ବିଜୟ କୁମାର ।

Get real time updates directly on you device, subscribe now.