ଜାମ୍ମୁ କାଶ୍ମୀରର ପୁଲୱାମାରେ ସୁରକ୍ଷାକର୍ମୀଙ୍କ ଆକ୍ରମଣରେ ୨ ଆତଙ୍କବାଦୀ ନିହତ

ଜାମ୍ମୁ କାଶ୍ମୀର: ଜାମ୍ମୁ କାଶ୍ମୀରର ପୁଲୱାମା ଜିଲ୍ଲା ପରିଗାମାରେ ରବିବାର ବିଳମ୍ବିତ ରାତିରେ ହୋଇଥିବା ଏନକାଉଣ୍ଟରରେ ସୁରକ୍ଷାକର୍ମୀ ଦୁଇ ଆତଙ୍କବାଦୀଙ୍କୁ ମାରିଛନ୍ତି । ତେବେ ସୂଚନା ଅନୁସାରେ ଏହି ଆତଙ୍କବାଦୀ ମାନେ ଏକ ଘରେ ଲୁଚି ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚାଳନା କରୁଥିଲେ । ସୁରକ୍ଷାକର୍ମୀ ସେମାନଙ୍କୁ ଚାରିପଟୁ ଘେରୀ ବନ୍ଦୀ କରିଥିଲେ । ସେମାନଙ୍କ ଖସି ଯିବା ପାଇଁ କୌଣସି ବାଟ ନଥିଲା । ଏହା ପରେ ଅତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗ୍ରେନାଇଟ ଫିଙ୍ଗିଥିଲେ । ଏହା ପରେ ସୁରକ୍ଷାକର୍ମୀମାନେ ଗୁଳି ଚଳାଇଥିଲେ। ଯାହାଫଳରେ ଗ୍ରାମରେ ଗୁଳିବିନିମୟ ଆରମ୍ଭ ହୋଇଥିଲା ।

ସୂଚନା ଅନୁସାରେ ପୋଲିସଙ୍କୁ ରାତି ୭.୩୦ରେ ସୂଚନା ମିଳିଲା ପରିଗାମ ନେବାରେ ଅସ୍ତ୍ରଶସ୍ତ୍ର ସହିତ୨-୩ ଆତଙ୍କବାଦୀ ଦଳ ଦେଖିବାକୁ ମିଳିଛି। ପୋଲିସ ସେହି ସୟରେ ଆତଙ୍କବାଦୀ ଏବଂ ସିଆରପିଏଫ ବାନଙ୍କ ସହିତଅତଙ୍କବାଦୀମାନଙ୍କୁ ଧରିବା ପାଇଁ ଅଭିାନ ଚଲାଇଲେ । କାଶ୍ମୀର ଜୋନ ପୋଲିସ ‘ଏକ୍ସ’ରେ ଲେଖିଥିଲେ ପୁଲୱାମା ଗ୍ରାମରେ ଗୁଳିବିନିମୟ ଆରମ୍ଭ ହୋଇସାରିଛି । ଏବଂ ପୋଲିସ ସୁରକ୍ଷାକର୍ମୀ ସେମାନଙ୍କ କାମରେ ଲାଗିଛନ୍ତି।’

Get real time updates directly on you device, subscribe now.