fbpx

(Video) ମନେ ପଡ଼ିଗଲା ବାହାନଗା ଦୁର୍ଘଟଣା: ଗୋଟିଏ ଟ୍ରାକରେ ୨ଟି ଟ୍ରେନ ମୁହାଁମୁହିଁ…

ଓଡ଼ିଶା ଭାସ୍କର: ବାହାନଗାର ସେହି ଦୁର୍ଘଟଣାର ଛାତିଥର ଦୃଶ୍ୟ ଏବେ ବି ଭୁଲିନାହିଁ ସାରା ଭାରତ । ସେଦିନର କାଳରାତ୍ରୀକୁ ଆଜି ବି ମନେ ପଡ଼ିଲେ, ସମସ୍ତଙ୍କ ଛାତି ଥରି ଉଠୁଛି । ୩ଟି ଟ୍ରେନ ଭିତରେ ଧକ୍କା ହେବାରୁ ୨୯୩ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି । ୟା ଭିତରେ ଆଜି ଠିକ ସେହିଭଳି ଆଉ ଏକ ଦୁର୍ଘଟଣାର ପରିସ୍ଥିତି ସୃଷ୍ଟି ହୋଇଛି । ଗୋଟିଏ ଟ୍ରାକରେ ଦୁଇଟି ଟ୍ରେନ୍ ମୁହାଁମୁହିଁ ଧକ୍କା ହୋଇଛି । ଯାହାକୁ ନେଇ ଟ୍ରେନ୍ ଭିତରେ ଥିଲେ ଅନେକ ଯାତ୍ରୀ ଭୟଭୀତ ହୋଇ ଯାଇଛନ୍ତି ।

ସୂଚନା ଅନୁସାରେ, ଛତିଶଗଡର ବିଳାସପୁର ଜଙ୍କସନଠାରୁ ମାତ୍ର ଅଳ୍ପ ଦୂରରେ ଏଭଳି ଘଟଣା ଘଟିଥିବା ଦେଖିବାକୁ ମିଳିଛି । କଳିଙ୍ଗ ଏକ୍ସପ୍ରେସ ସହ ଆଉ ଏକ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାର ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଦେବଦୂତ ସାଜିଛନ୍ତି ଲୋକୋ ପାଇଲଟ । ତେବେ ଦୁର୍ଘଟଣା ସମୟରେ ଲୋକୋ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ବଡ଼ ଦୁର୍ଘଟଣାରୁ ମୁକ୍ତି ପାଇଯାଇଛି ଉଭୟ ଟ୍ରେନ । ଗତକାଲି ସନ୍ଧ୍ୟା ୫.୧୫ରେ ଏହି ଘଟଣା ଘଟିଥିଲା । ଗୋଟିଏ ଟ୍ରାକରେ ଦୁଇଟି ଟ୍ରେନ ଆସୁଥିବା ବେଳେ ଏହା ଉପରେ ପଡ଼ିଥିଲା ଲୋକୋ ପାଇଲଟଙ୍କ ନଜର । ତେବେ ଉଭୟ ଗାଡ଼ି ମଧ୍ୟରେ ମାତ୍ର ୫୦ରୁ ୧୦୦ ମିଟର ଦୂରତା ରହିଥିବା ବେଳେ ନିଜର ଉପସ୍ଥିତ ବୁଦ୍ଧି ଖଟାଇ ଦୁର୍ଘଟଣାକୁ ଏଡାଇବାରେ ସଫଳ ହୋଇଛନ୍ତି ଲୋକୋ ପାଇଲଟ ।

ଏଭଳି ଏକ ଘଟଣା ପରେ ଟ୍ରେନରେ ଥିବା ଯାତ୍ରୀମାନଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । ତେଣୁ କିଛି ସମୟ ପାଇଁ ଯାତ୍ରୀମାନେ ଗାଡ଼ିରୁ ଓହ୍ଲାଇପଡିଥିବା ଦେଖିବାକୁ ମିଳିଛି । ତେବେ କୌଣସି ଯାତ୍ରୀଙ୍କର କିଛି କ୍ଷତି ହୋଇନଥିବା ସୂଚନା ମିଳିଛି । କିନ୍ତୁ ସାମାନ୍ୟ ଅସାବଧାନତା ହୋଇଥିଲେ ବାହାନାଗା ଭଳି ଘଟି ଯାଇଥାନ୍ତା ଆଉ ଏକ ଭୟଙ୍କର ଟ୍ରେନ୍ ଦୁର୍ଘଟଣା । ସେହି ବାହାନଗା କରମଣ୍ଡଳ ଟ୍ରେନ୍ ଦୁର୍ଘଟଣା ଦେଶବାସୀଙ୍କୁ ପୁରା ସ୍ୱବ୍ଧ କରିଦେଇଥିଲା । ଆଉ ଏହି ଟ୍ରେନ ଦୁର୍ଘଟଣାରେ ୨୯୩ ଲୋକ ଅକାଳରେ ମୃତ୍ୟୁବରଣ କରିଛନ୍ତି ।

 

Get real time updates directly on you device, subscribe now.