ଅଜଣା ଗାଡି ଧକ୍କାରେ 2ଯୁବକଙ୍କ ମୃତ୍ୟୁ

ସୁନ୍ଦରଗଡ: ଦିନକୁ ଦିନ ବଢ଼ିବାରେ ଲାଗିଛି ସଡକ ଦୁର୍ଘଟଣା। ସକାଳ ହେବ ମାତ୍ରେ ପ୍ରତିଦିନ ଏହି ଖବର ଶୁଣିବାକୁ ମିଳିଛି। ଆଜି ମଧ୍ୟ ସେହିଭଳି ଏକ ଘଟଣା ସୁନ୍ଦରଗଡ଼ରେ ଘଟିଥିବା ଦେଖିବାକୁ ମିଳିଛି।

ସୂଚନା ଅନୁସାରେ, ଗୋଟେ ଅଜଣା ଗାଡି ରାତି ଅଧରେ ଗୋଟେ ବାଇକକୁ ଧକ୍କା ଦେଇ ଫେରାର ହୋଇଯାଇଥିବା ବେଳେ ବାଇକରେ ଥିବା 2 ଯୁବକଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ନାମ ହେଉଛି ଅବିନାଶ ପ୍ରଧାନ ଓ ବିରଞ୍ଚି ପ୍ରଧାନ। ବର୍ତ୍ତମାନ ପୋଲିସ ଏହି ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।