ପାଠରେ କୃଷ୍ଣା ଥିଲା ଆଗରେ, ଅଜାଣତରେ ପଡିଗଲା Online ଗେମ୍ ନିଶାରେ, ତାପରେ…

ଗାନ୍ଧୀନଗର- ପୁଣି ଜୀବନ ନେଲାଣି ଅନଲାଇନ ଗେମ । ଗୁଜରାଟର ରାଜକୋଟରେ ଅନଲାଇନ ଗେମ ପାଇଁ ଜୀବନ ହାରିଲେ ୨୦ ବର୍ଷର ଯୁବକ । ଗେମରେ ବହୁତ କ୍ଷତି ସହିବା ପରେ ଫାଶୀ ଦେଇ ଆତ୍ମହତ୍ୟା କରିଛନ୍ତି କୃଷ୍ଣା ପଣ୍ଡିତ ନାମକ ଯୁବକ । ପୋଲିସକୁ ମୃତକଙ୍କ ମୋବାଇଲରୁ ସୁଇସାଇଡ ନୋଟ ମିଳିଛି, ଏଥିରେ ସେ ଉଲ୍ଳେଖ କରିଛି କି, ଅନଲାଇନ ଗେମ ନିଶା ପାଇଁ ସେ ଜୀବନ ହାରୁଛି ।

ରାଜକୋଟର କୃଷ୍ଣ ଜଣେ ମେଧା ଛାତ୍ର ଥିଲା । କିନ୍ତୁ ଅନଲାଇନ ଗେମ ନିଶାରେ ପଡିଯାଇଥିଲା । ଯାହା ତାକୁ ନଷ୍ଟ କରିଦେଲା ବୋଲି ସେ ତାର ମୃତ୍ୟକାଳୀନ ଜମାନ ବନ୍ଦୀରେ ଲେଖିଛି । ସେ ଲେଖିଛି, ଅନଲାଇନ ଜୁଆ ଯୁବବର୍ଗକୁ ମାନସିକ ଓ ଆର୍ଥିକ ରୂପେ ନଷ୍ଟ କରି ଦେଉଛି । ସେ ଆତ୍ମହତ୍ୟା କରିଥିଲେ ମଧ୍ୟ ଲୋକଙ୍କୁ ଏହି ନିଶାରୁ ନିଜକୁ ଦୂରେଇ ରଖିବାକୁ ଅନୁରୋଧ କରିଛନ୍ତି । କୃଷ୍ଣା ତାର ସାଙ୍ଗ ପ୍ରିୟାଂଶକୁ ଉଲ୍ଲେଖ କରି ଲେକିଛି, ମୋର ଶେଷ ଇଛା ଅନଲାଇନ ଜୁଆକୁ ସବୁଦିନ ପାଇଁ ବନ୍ଦ କରିଦିଆଯାଉ । ଚିଠିରେ କୃଷ୍ଣା କହିଛି କି, ଷ୍ଟକ ନାମକ ଅନଲାଇନ ଗେମିଂ ଆପରେ ସେ ତାର ସବୁ ପଇସା ହାରିବା ପରେ ଜୀଇଁବାର ସବୁ ଆଶା ହରାଇ ଦେଇଥିଲା ।

କୃଷ୍ଣାଙ୍କ ମୃତ୍ୟୁକୁ ନେଇ ତାଙ୍କ ବାପା କହିଛନ୍ତି, ତାଙ୍କୁ ଏନେଇ କୌଣସି ସୂଚନା ନ ଥିଲା । ପୁଅକୁ ହରାଇ ଭାଙ୍ଗିପଡିଥିବା ବାପା ସମସ୍ତ ଅଭିଭାବକଙ୍କୁ ଅପିଲ କରିଛନ୍ତି କି, ସବୁ ସମୟରେ ପିଲାଙ୍କ ଉପରେ ନିକଟରୁ ନଜର ରଖନ୍ତୁ । ଏଥିସହ ଏହି ପରିବାର ସରକାରଙ୍କୁ ଅନଲାଇନ ଗେମିଂ ଆପ ବିରୋଧରେ କଠୋର ପଦକ୍ଷେପ ନେବାକୁ ମଧ୍ୟ ଅପିଲ କରିଛନ୍ତି ।