fbpx

ଆଜି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ: ସୂର୍ଯ୍ୟ, ପୃଥିବୀ ଓ ଚନ୍ଦ୍ର ଏକ ସରଳ ରେଖାରେ ଆସିବେ, ଜାଣନ୍ତୁ ବିଶ୍ବବାସୀଙ୍କ ଉପରେ କ’ଣ ପଡିବ ପ୍ରଭାବ…

୨୦୨୧ ମସିହାର ଶେଷ ‘ସୁପରମୁନ୍‌’

Advertisement

ନୂଆଦିଲ୍ଲୀ, (ଓଡ଼ିଶା ଭାସ୍କର); ବାତ୍ୟା ଓ କରୋନାର ଆତଙ୍କ ମଧ୍ୟରେ ଆଜି ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ଦେଖାଯିବ । ଏହା ୨୦୨୧ ମସିହାର ଶେଷ ‘ସୁପରମୁନ୍‌’ ଭାବେ ଦେଖାଯିବ । ଏଥର ଚନ୍ଦ୍ରଗ୍ରହଣ ଓଡ଼ିଶାବାସୀ ମଧ୍ୟ ଦେଖି ପାରିବେ । ତେବେ ଭାରତରେ ଚନ୍ଦ୍ର ଗ୍ରହଣ ଆଂଶିକ ଦୃଶ୍ୟମାନ ହେବ । ବିଶେଷ କରି ଆଣ୍ଡାମାନ ନିକୋବର ଦ୍ୱୀପ ସମେତ ପଶ୍ଚିମବଙ୍ଗ ଏବଂ ଓଡ଼ିଶାର କିଛି ଉପକୂଳ ଅଞ୍ଚଳରେ ଚନ୍ଦ୍ରଗ୍ରହଣ ଦେଖାଦେବ ।

ଭାରତୀୟ ସମୟ ଅନୁସାରେ ଅପରାହ୍ନ ୩ଟା ୧୫ରେ ଚନ୍ଦ୍ର ଗ୍ରହଣ ଆରମ୍ଭ ହେବ । ଅପରାହ୍ନ ୪ଟା ୫୮ମିନିଟ୍‌ରେ ଚନ୍ଦ୍ର ଗ୍ରହଣର ପୂରା ପ୍ରକ୍ରିୟା ଶେଷ ହେବ । ଭାରତର ଅଗରତାଲା, ଆଇଜଲ୍‌, କୋଲକାତା, ଚେରାପୁଞ୍ଜି, କୁଚ୍‌ବିହାର, ଡାଇମଣ୍ଡ୍‌ ହାର୍ବର, ଦିଘା, ଗୌହାଟି, ଇମ୍ଫାଲ, ଇଟାନଗର, କୋହିମା, ଲମ୍‌ଡିଂ, ମାଲଦା, ଉତ୍ତର ଲକ୍ଷ୍ମୀପୁର, ପାରାଦି, ପାଶିଘାଟ, ପୋର୍ଟ ବ୍ଲେଅର, ଶିଲଙ୍ଗ, ଶିବ ସାଗରସିଲଚର ଏବଂ ପୁରୀରେ ଚନ୍ଦ୍ରଗ୍ରହଣକୁ ଲୋକେ ଦେଖି ପାରିବେ । ନାସାର ସୂଚନା ଅନୁସାରେ ଆମେରିକା, କାନାଡା, ମେକ୍ସିକୋ, ସେଣ୍ଟ୍ରାଲ ଆମେରିକା ଏବଂ ଇକ୍ୱେଡର, ପଶ୍ଚିମ ପେରୁ, ଦକ୍ଷିଶ ଚିଲି ଏବଂ ଆର୍ଜେଣ୍ଟିନାରେ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ । ବୁଧବାର ଚନ୍ଦ୍ରଗ୍ରହଣ ସମୟରେ ଚନ୍ଦ୍ର ସମ୍ପୂର୍ଣ୍ଣ ଭାବେ ପୃଥିବୀର ଛାଇରେ ଲୁଚି ଯିବ । ଏହି ସମୟରେ ଚନ୍ଦ୍ର ସାମାନ୍ୟ ଦିନଠାରୁ ଅଧିକ ବଡ ଏବଂ ଉଜ୍ୱଳ ଦେଖାଯିବ । ଆଜି ଚନ୍ଦ୍ର ଗ୍ରହଣର ଆଉ ଏକ ବିଶେଷତ୍ୱ ହେଉଛି ଆକାଶରେ ଲାଲ୍‌ ରଙ୍ଗର ଚନ୍ଦ୍ର ଦୃଶ୍ୟମାନ ହେବ । ତେଣୁ ଏହାକୁ ଲାଲ ଚନ୍ଦ୍ର ବା ବ୍ଲଡ ମୁନ୍‌ ବୋଲି ମଧ୍ୟ କୁହାଯାଉଛି ।

ବୈଜ୍ଞାନିକଙ୍କ ମତ ଅନୁସାରେ ସୂର୍ଯ୍ୟ, ପୃଥିବୀ ଓ ଚନ୍ଦ୍ର ଏକ ସରଳ ରେଖାରେ ଅବସ୍ଥାପିତ ହେଲେ ଆକାଶରେ ଏଭଳି ବ୍ଲଡ ମୁନ୍‌ ଦେଖିବାକୁ ମିଳିଥାଏ ।

Get real time updates directly on you device, subscribe now.