fbpx
BSKY SKY
BSKY SKY

ମାଡ଼ି ଆସୁଛି ବାତ୍ୟା ‘ୟଶ୍’,ଅଶାନ୍ତ ହୋଇଛି ସମୁଦ୍ର; ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ସବୁଠାରୁ ବେଶି ପ୍ରଭାବିତ ହେବ: IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର

BSKY

ନୂଆଦିଲ୍ଲୀ/ଭୁବନେଶ୍ୱର, ୨୫ା୫ (ବ୍ୟୁରୋ): ବାତ୍ୟାର ସ୍ଥିତି ଓ କ୍ଷୟକ୍ଷତି ନେଇ ଭାରତୀୟ ପାଣିାଗ ବିଭାଗ ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ଆକଳନ କରି କହିଛନ୍ତି ଯେ, ଏହି ବାତ୍ୟା ଧାମରା ଓ ଚାନ୍ଦବାଲିରେ ସବୁଠାରୁ ବେଶି କ୍ଷତି ଘଟାଇବ । ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ସବୁଠାରୁ ବେଶି ପ୍ରଭାବିତ ହେବ । ବାଲେଶ୍ୱର ଓ ଭଦ୍ରକରେ ସମୁଦ୍ରରେ ୨ରୁ ୪ ମିଟର ଜୁଆର ଆସିବ । କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ୨ ମିଟର ଜୁଆର ଆସିବ । ମୟୂରଭଞ୍ଜ, ପୁରୀ, ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାରେ ବି ପ୍ରଭାବ ରହିବ । ୨୬ ତାରିଖ ସକାଳୁ ବାତ୍ୟାର ପ୍ରଭାବ ଉପକୂଳରେ ପଡ଼ିବ । ସ୍ଥଳଭାଗ ଛୁଇଁବାର ପୂର୍ବ ଓ ପର ୬ ଘଣ୍ଟା ଅତି ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି ।

ମଙ୍ଗଳବାର ମଧ୍ୟରାତ୍ରରୁ ୬୦ରୁ ୮୦ କି.ମି. ବେଗରେ ପବନ ବହିବ । ବୁଧବାର ସକାଳ ବେଳକୁ ପବନର ବେଗ ଘଣ୍ଟାପ୍ରତି ୧୫୦ରୁ ୧୬୦ କି.ମି. ରହିବ । ସେହିପରି ଏସ୍‌ଆର୍‌ସି ପ୍ରଦୀପ ଜେନାଙ୍କ ସୂଚନା ଅନୁସାରେ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ୨ଲକ୍ଷ ୧୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ସ୍ଥାନାନ୍ତର ପ୍ରକ୍ରିୟାରେ ଜନସାଧାରଣଙ୍କ ସହଯୋଗ ମିଳୁଛି ଏବଂ ୭ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ଲକ୍ଷ୍ୟ ଥିବା ଏସ୍‌ଆର୍‌ସି କହିଛନ୍ତି । ୪ ହଜାର ୫ ଶହ ଗର୍ଭବତୀ ମହିଳାଙ୍କୁ ସ୍ଥାନାନ୍ତର ପାଇଁ ବ୍ୟବସ୍ଥା କରାଯାଇଥିବା ନେଇ କହିବା ସହ ବାତ୍ୟା ସମୟରେ ବାହାରେ ବୁଲାବୁଲି ନ କରିବାକୁ ପରାମର୍ଶ ଦେଇଛନ୍ତି ଏସ୍‌ଆର୍‌ସି । ସେପଟେ ବାତ୍ୟା ବେଳେ ଅନ୍ତତଃ ୪ରୁ ୬ ଘଣ୍ଟା ଛାତ ଘର ଭିତରେ ରହିବାକୁ ସେ ପରାମର୍ଶ ଦେଇଛନ୍ତି । କଟକ, ଭୁବନେଶ୍ୱରରେ ପବନର ବେଗ ୬୦ରୁ ୯୦ କିମି ରହିବ ବୋଲି ସୂଚନା ଦେଇଛନ୍ତି ଏସ୍‌ଆରସି ।

Get real time updates directly on you device, subscribe now.