fbpx

ହୋଲିରେ କରନ୍ତୁ ଏହି ୫ କାମ: ସମସ୍ତ ଅସୁବିଧା ଦୂରେଇ ଯିବା ସହିତ ହେବ ଧନବର୍ଷା

Advertisement

ନୂଆଦିଲ୍ଳୀ: ହୋଲି ରଙ୍ଗର ପର୍ବ । ଏହି ପର୍ବକୁ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହିତ ପାଳନ କରନ୍ତି । ଏହି ଦିନରେ ରଙ୍ଗର ଅବିର ସହିତ ଆମେ ବନ୍ଧୁ ପରିଜନଙ୍କୁ ହୋଲିର ଶୁଭେଚ୍ଛା ଜଣାଇଥାଉ । ଏପରିକି ଏହି ଅବସରରେ ବିଭିନ୍ନ ମିଠା ଓ ଅନ୍ୟାନ୍ୟ ସୁସ୍ୱାଦୁ ଖାଦ୍ୟପଦାର୍ଥ ମଧ୍ୟ ପ୍ରସ୍ତୁତ କରାଯାଇଥାଏ । ହନୁମାନ ଓ ମା ଲକ୍ଷ୍ମୀଙ୍କ ପୂଜା ମଧ୍ୟ କରାଯାଇଥାଏ । ଆସନ୍ତୁ ଆଲୋଚନା କରିବା ହୋଲିରେ ୫ଟି ଜିନିଷ ଆମକୁ ଶୁଭଫଳ ପ୍ରଦାନ କରିଥାଏ ।

୧. ମା ଲକ୍ଷ୍ମୀଙ୍କୁ ଲାଲ ଗୋଲାପ, ପଦ୍ମ ଆଦି ଫୁଲ ବେଶ ପସନ୍ଦ । ଏହା ବ୍ୟତିତ କମଲ ଗଟ୍ଟା, ଧଳା ବର୍ଫି, ବତାଶା ପରି ଖାଦ୍ୟ ମଧ୍ୟ ମା’ଙ୍କ ନିକଟରେ ଅର୍ପଣ କରାଯାଇଥାଏ । ମା’ଙ୍କ ଆରାଧନା ସମୟରେ କନକଧାରା ସ୍ତୋତ୍ର ମଧ୍ୟ ପାଠ କରାଯାଇଥାଏ । ଏହା ସହିତ ଘିଅର ଦୀପ ଜାଳି ମା’ଙ୍କ ପୂଜା କରାଯିବା ଦ୍ୱାରା ଧନଲାଭ ହୋଇଥାଏ ।

୨. ସବୁଜ ରଙ୍ଗ ସମ୍ପୂର୍ଣ୍ଣତାର ପ୍ରତୀକ ଏବଂ ଏହା ବୁଧ ଗ୍ରହ ସହିତ ସମ୍ପୃକ୍ତ । ହୋଲିରେ ଆପଣ ସବୁଜ ରଙ୍ଗର ଅବିରରେ ହୋଲି ଖେଳନ୍ତୁ । ଘରର ସମସ୍ତ ଫୁଲକୁଣ୍ଡରେ ସବୁଜ ଗଛ ଲଗାନ୍ତୁ । ଏହା ଦ୍ୱାରା ଗୃହର ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ । ବୁଧ ଗ୍ରହର ପ୍ରଭାବରେ ବିଜିନେସ୍ ଓ କ୍ୟାରିୟରରେ ମଧ୍ୟ ଉନ୍ନତି ଆସିଥାଏ ।

୩.ହୋଲିରେ ହନୁମାନଙ୍କ ପୂଜା କରିବା ସହିତ ମଲ୍ଲୀଫୁଲର ତେଲରେ ଦୀପ ଜଳାନ୍ତୁ । ସିନ୍ଦୁରର ଚୋଳା ଚଢେଇବା ସହିତ ପୂଜା ସମୟରେ ହନୁମାନ ଚାଳିଶା ପାଠ କରନ୍ତୁ । ହନୁମାନଙ୍କ କୃପାରୁ ଆପଣଙ୍କ ସବୁକିଛି ମଙ୍ଗଳ ହେବ ।

୪. ହୋଲିରେ ମା ଲକ୍ଷ୍ମୀଙ୍କ ସହିତ ଗଣେଷଙ୍କ ପୂଜା କରିବା ଦ୍ୱାରା ମଧ୍ୟ ସର୍ବସିଦ୍ଧି ପ୍ରାପ୍ତ ହୋଇଥାଏ । ବିଡିଆ ପାନ ସହିତ ଅବିର ଓ ମୋଦକ ପ୍ରଦାନ କରିବା ଦ୍ୱାରା ବିଶେଷ ଫଳ ପ୍ରାପ୍ତି ହୋଇଥାଏ । ଏହା ସହିତ ଲକ୍ଷ୍ମୀଙ୍କ ପୂଜା କରିବା ଦ୍ୱାରା ଧନ ଓ ବୈଭବ ବୃଦ୍ଧି ପାଇଥାଏ ।

୫. ହୋଲିରେ ଶ୍ରୀ ଯନ୍ତ୍ରକୁ ପୂଜା କରନ୍ତୁ । ଏହା ସହିତ ପିପଳ ବୃକ୍ଷର ପୂଜା କରିବା ଦ୍ୱାରା ଜୀବନରେ ସୁଖ ସମୃଦ୍ଧି ଆଣିଥାଏ ।

Get real time updates directly on you device, subscribe now.