fbpx

୨୦୨୪ ସାଧାରଣ ନିର୍ବାଚନ: ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରୁଛନ୍ତି ବିଜେଡି-ବିଜେପି, ୩୦ ଜିଲ୍ଲା ପାଇଁ ବିଜେଡିର ୬ ବରିଷ୍ଠ ପର୍ଯ୍ୟବେକ୍ଷକ ନିଯୁକ୍ତ

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌) : ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଏବେ ଠାରୁ ନିଜର ରଣନୀତି ଆରମ୍ଭ କରିଛନ୍ତି ରାଜ୍ୟର ଦୁଇ ପ୍ରମୁଖ ରାଜନୈତିକ ଦଳ ବିଜେପି ଓ ବିଜେଡି । ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ଦୁଇ ଦଶନ୍ଧିରୁ ଊଦ୍ଧ୍ୱର୍ ସମୟ ଧରି ନିରବଚ୍ଛିନ୍ନ ଭାବେ ଶାସନ ଗାଦିରେ ଥିବା ବିଜେଡି ମଧ୍ୟ ନିର୍ବାଚନକୁ ଆଖିଆଗରେ ରଖି ଏକ ବଡ଼ଧରଣର ବୈଠକ ଭୁବନେଶ୍ୱରରେ ଆୟୋଜନ କରିବାକୁ ଯାଉଛି । ଏହି ବୈଠକରେ ଦଳୀୟ ବିଧାୟକ ଓ ମନ୍ତ୍ରୀ ସାମିଲ ହେବେ । ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରିଷ୍ଠ ନେତାଙ୍କୁ ଗୁରୁମନ୍ତ୍ର ଦେବେ । ସରକାରର ସଫଳତା କିରି ଲୋକଙ୍କ ନିକଟରେ ପହଞ୍ଚିାରିବ ଓ ପ୍ରଶାସନକୁ ଲୋକାଭିମୁଖୀ କରିବା ସହିତ ତୃଣମୂଳ ସ୍ତରରେ ସରକାରୀ ଯୋଜନାର ସଫଳ ରୂପାୟନ ଉପରେ ଗୁରୁତ୍ୱ ଦିଆଯିବ । ନିର୍ବାଚନୀ ଇସ୍ତାହାରରେ ପ୍ରତିଶ୍ରୁତି ଦିଆଯାଇଥିବା ବିଷୟକୁ କେତେ ପୂରଣ କରାଯାଇଛି ତାଉପରେ ମଧ୍ୟ ଆଲୋଚନା ହେବ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି ।

୩୦ ଜିଲ୍ଲାରେ ନୂଆକରି ୬ଜଣ ବରିଷ୍ଠ ପର୍ଯ୍ୟବେକ୍ଷକ ନିଯୁକ୍ତ ପରେ ଏହି ଅନୁମାନ ସ୍ପଷ୍ଟ ଅନୁମେୟ ହେଉଛି । ସେହିପରି ଆସନ୍ତା ୨୦ ତାରିଖରୁ ପୁରୀରେ ତିନିଦିନିଆ ପ୍ରଶିକ୍ଷଣ କର୍ମଶାଳା ବିଜେପି ପକ୍ଷରୁ ଆୟୋଜିତ ହେବାକୁ ସ୍ଥିର କରାଯାଇଥିବାବେଳେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହାକୁ ସ୍ଥଗିତ ରଖାଯାଇଛି ।ଏହି କର୍ମଶାଳାରେ କେନ୍ଦ୍ରମନ୍ତ୍ରୀ, କେନ୍ଦ୍ରୀୟ ନେତା, ସଂଘ ପରିବାରର ବରିଷ୍ଠ ସଦସ୍ୟ ଓ ବିଧାୟକମାନେ ଯୋଗଦେବାର ଥିଲା । ତୃଣମୂଳ ସ୍ତରକୁ ସଶକ୍ତ କରିବା ପାଇଁ ଏହି କର୍ମଶାଳାର ଆୟୋଜନ କରାଯାଇଥିଲା । ଆଗାମୀ ୨୦୨୪ ନିର୍ବାଚନ ପାଇଁ ଏବେଠୁ ଉଭୟ ଦଳ ରଣନୀତି ଆରମ୍ଭ କରି ଦେଇଥିବା ଏଥିରୁ ସ୍ପଷ୍ଟ ଆକଳନ କରାଯାଉଛି ।

Get real time updates directly on you device, subscribe now.