fbpx

ବିଜେପିର ବଡ଼ ଘୋଷଣା: ୨୦୨୫ରେ ନୀତିଶଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ାଯିବ

ନୂଆଦିଲ୍ଲୀ: ଚଳିତ ଲୋକସଭା ନିର୍ବାଚନରେ ବିଜେପି ଏକାକୀ ସଂଖ୍ୟାଗରିଷ୍ଠତା ହାସଲ କରି ନଥିବାରୁ ଆନ୍ଧ୍ରପ୍ରଦେଶର ଚନ୍ଦ୍ରବାବୁ ନାଇଡ଼ୁଙ୍କ ଟିଡିପି ଓ ବିହାରର ନୀତିଶ କୁମାରଙ୍କ ଜେଡିୟୁ ସହ ମେଣ୍ଟ କରି ସରକାର ଗଠନ କରିବ । ତେବେ ଦିଲ୍ଲୀରେ ସରକାର ଗଠନ ହେବା ପୂର୍ବରୁ ବିଜେପି ବିହାରକୁ ନେଇ ଏକ ବଡ଼ ଘୋଷଣା କରିଛି । ଆସନ୍ତା ବର୍ଷ ବିହାରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ନୀତିଶଙ୍କ ନେତୃତ୍ୱା ଲଢ଼ାଯିବ । ଦୁଇ ଡେପୁଟୀ ସିଏମ୍ ସମ୍ରାଟ ଚୌଧରୀ ଓ ବିଜୟ ସିହ୍ନା ଏନେଇ ସୂଚନା ଦେଇଛନ୍ତି ।

ଉପମୁଖ୍ୟମନ୍ତ୍ରୀ ବିଜୟ ଓ ସମ୍ରାଟ ବୟାନ ଦେଇଛନ୍ତି ଯେ, ୨୦୨୫ରେ ନୀତିଶଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ାଯିବ । ୧୯୯୬ ମସିହା ଠାରୁ ନୀତିଶ ନେତୃତ୍ୱରେ ଆମେ ବିହାରରେ ନିର୍ବାଚନ ଲଢ଼ି ଆସୁଛୁ । ସୂଚନାଯୋଗ୍ୟ ଯେ, ଚଳିତ ଲୋକସଭା ନିର୍ବାଚନରେ ମୋଟ ୫୪୩ଟି ଆସନ ମଧ୍ୟରୁ ଏନଡିଏକୁ ୨୯୩ଟି ଆସନ ମିଳିଥିବା ବେଳେ ବିରୋଧୀ ମହାମେଣ୍ଟ ଇଣ୍ଡିଆକୁ ୨୩୩ଟି ଆସନ ମିଳିଛି । ଭାଜପା ୨୪୦ଟି ଆସନ ସହ ସର୍ବବୃହତ ଦଳର ମାନ୍ୟତା ହାସଲ କରିଥିଲେ ହେଁ ୨୭୨ ବହୁମତ ଅଙ୍କ ଛୁଇଁ ପାରିନଥିଲା । ତେଣୁ ଟିଡିପି ଓ ଜେଡିୟୁ ସହ ମେଣ୍ଟ ସରି ଏନଡିଏ କେନ୍ଦ୍ରରେ ସରକାର ଗଠନ କରିବ ।

Get real time updates directly on you device, subscribe now.