ଭୁବନେଶ୍ୱର: ଗତ ୨ ବର୍ଷ ମଧ୍ୟରେ ୨୦୭ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ବାହାର ରାଜ୍ୟକୁ ଯାଇ ପ୍ରାଣ ହରାଇଛନ୍ତି ୨୦୭ ଦାଦନ । ସେହିପରି ୩ ବର୍ଷରେ ୨୬୨ ଦାନନଙ୍କ ଜୀବନ ଯାଇଛି । ଦାଦନମାନଙ୍କୁ ଫେରାଇ ଆଣିବାକୁ ସରକାର ପ୍ରାୟ ୩୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିସାରିଲେଣି । ଏନେଇ ଆଜି ଗୃହରେ ଉତ୍ତର ରଖିଛନ୍ତି ଶ୍ରମ ମନ୍ତ୍ରୀ ।
ଅନ୍ୟପଟେ ଗୃହରେ ଆଜି ଉଠିଛି କିଟ୍ ଝଡ଼ । କିଟ୍ ପ୍ରସଙ୍ଗରେ ବିଜେଡିକୁ ଟାର୍ଗେଟ କରିଛନ୍ତି ଭାଜପା ବିଧାୟକ ଟଙ୍କଧର ତ୍ରିପାଠୀ। ଭାଜପା ବିଧାୟକ କହିଛନ୍ତି, କିଟ୍ରେ ଯେଉଁ ଘଟଣା ଘଟିଛି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। କିଟ୍ ମାଲିକ କେଉଁ ଦଳର ଥିଲେ, କିଏ ତାଙ୍କୁ କୋଳରେ ବସାଇଥିଲେ। ପରୀ, ମମତା, ମାହାଙ୍ଗା ଘଟଣାରେ ବିଜେଡି ବିଧାୟକ ସାମିଲ ଥିଲେ। ସେତେବେଳେ ତତ୍କାଳୀନ ମୁଖ୍ୟମନ୍ତ୍ରୀ କିଛି କାର୍ଯ୍ୟାନୁଷ୍ଠାନ ନେଇ ନଥିଲେ। ହେଲେ ଆଜି ଆଇନଶୃଙ୍ଖଳା ପାଠ ପଢ଼ାଉଛନ୍ତି, ଯାହା ହାସ୍ୟାସ୍ପଦ ବୋଲି ଟଙ୍କଧର କହିଛନ୍ତି।