୨୨ ଜଣ ପୁରୁଷ ସନ୍ତାନଙ୍କୁ ଦେଲେ ଜନ୍ମ, ତା’ପରେ କ’ଣ ହେଲା ଜାଣନ୍ତୁ….

ସାଧାରଣ ଭାବରେ କୁହାଯାଇଥାଏ ଯେ, ଜଣେ ମହିଳା ଛୁଆଟିଏ ଜନ୍ମକରିବା ସମୟରେ ଯେଉଁ ଯନ୍ତ୍ରଣା ଅନୁଭବ କରେ, ଗୋଟିଏ ପୁରୁଷ ତାହା ବୁଝିପାରିବ ନାହିଁ । ତେବେ ପୁରୁଷମାନେ ମଧ୍ୟ ମହିଳାଙ୍କ ପରି ଛୁଆ ଜନ୍ମ କରିଥିବାର ଏକ ଖବର ସାମନାକୁ ଆସିଛି । ଅଷ୍ଟ୍ରେଲିଆର ୨୨ ଜଣ ପୁରୁଷ ସେମାନଙ୍କର ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି । ସେମାନଙ୍କ ମଧ୍ୟରୁ ୨୨୮ ଜଣ ଗର୍ଭଧାରଣ କରିଥିଲେ । ଡିପାର୍ଟମେଣ୍ଟ ଅଫ୍ ହ୍ୟୁମାନ ସର୍ଭିସ ପକ୍ଷରୁ ଏହି ସୂଚନା ଜାରି କରାଯାଇଛି ।

ରିପୋର୍ଟରୁ ଜଣାପଡ଼ିଛି ଯେ, ସନ୍ତାନଙ୍କୁ ଜନ୍ମଦେଇଥିବା ପୁରୁଷମାନେ ଟ୍ରାନ୍ସଜେଣ୍ଡର ଥିଲେ । ତେବେ ଏହି ଘଟଣା ପରେ ସେହି ପୁରୁଷମାନଙ୍କର ପୌରୁଷତ୍ୱ ଉପରେ ଅନେକ ପ୍ରଶ୍ନ ଉଠାଇଛନ୍ତି । କିଛି ଲୋକ କହିଛନ୍ତି ଯେ, ସେକ୍ସ ପରିବର୍ତ୍ତନ ହେବା ପରେ ଜଣେ ପୁରୁଷ ହୋଇ ରହିନଥାଏ, କାରଣ ଛୁଅଙ୍କୁ ଜନ୍ମ ଦେବା ମହିଳାଙ୍କର କାର୍ଯ୍ୟ ଅଟେ, ପୁରୁଷଙ୍କର ନୁହେଁ ।