fbpx

ଆଜି ପୁଣି ୩ ଲକ୍ଷ ଟପିଲା ପଜିଟିଭଙ୍କ ସଂଖ୍ୟା: ୨୨୬୩ ଜଣଙ୍କ ମୃତ୍ୟୁ, ୩.୩୨ ଲକ୍ଷ ଆକ୍ରାନ୍ତ

ନୂଆଦିଲ୍ଲୀ, ୨୩ା୪ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୨୨୬୩ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୮୬ ହଜାର ୯୨୦କୁ ବୃଦ୍ଧି ପାଇଛି । ଦିନକରେ ୩ ଲକ୍ଷ ୩୨ ହଜାର ୭୩୦ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି ।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୬୨ ଲକ୍ଷ ୬୨ ହଜାର ୬୯୫କୁ ବୃଦ୍ଧି ପାଇଛି । ତେବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୪ ଲକ୍ଷ ୨୮ ହଜାର ୬୧୬ ଜଣ ରହିଥିବା ବେଳେ ସୁସ୍ଥ ସଂଖ୍ୟା ୧ କୋଟି ୩୬ ଲକ୍ଷ ୪୮ ହଜାର ୧୫୯ରେ ପହଞ୍ଚିଛି । ୧୩ କୋଟି ୫୪ ଲକ୍ଷ ୭୮ ହଜାର ୪୨୦ ଜଣ ବର୍ତ୍ତମାନ ସୁଦ୍ଧା ଟିକା ନେଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

Get real time updates directly on you device, subscribe now.