ନୂଆଦିଲ୍ଲୀ: ସାମ୍ନାକୁ ଆସିଛି ଭାରତର ସବୁଠୁ ବଡ ବ୍ୟାଙ୍କ ଘୋଟାଲା। ଏବିଜି ଗ୍ରୁପ ୨୪ରୁ ଅଧିକ ବ୍ୟାଙ୍କରେ ୨୨,୮୪୨ କୋଟି ଟଙ୍କାର ଚୂନା ଲଗାଇଛି। ଏବେ ଏହି ମାମଲାରେ କେନ୍ଦ୍ର ସରକାରଙ୍କୁ ଘେରିବାକୁ ବିରୋଧୀ ଦଳକୁ ଅସ୍ତ୍ର ମିଳି ଯାଇଛି। ବ୍ୟାଙ୍କ ଘୋଟାଲାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛି କଂଗ୍ରେସ। କଂଗ୍ରେସ ନେତା ତଥା ଦଳର ପ୍ରମୁଖ ମୁଖପାତ୍ର ରଣଦୀପ ସୁରଜେଓ୍ଵାଲା କହିଛନ୍ତି, ମୋଦୀ ସରକାରଙ୍କ ସାତ ବର୍ଷରେ ବ୍ୟାଙ୍କର ଏନପିଏ ବଢିଛି। କେନ୍ଦ୍ର ସରକାରଙ୍କ ନୀତି ବ୍ୟାଙ୍କରୁ ଟଙ୍କା ଲୁଟ ଏବଂ ପଳାୟନ କର।
ରଣଦୀପ କହିଛନ୍ତି, ଏବିଜି ଗ୍ରୁପ ଦ୍ଵାରା ବ୍ୟାଙ୍କ ଘୋଟାଲା ସବୁଠୁ ଘୋଟାଲା। ଏବିଜି ସିପୟାର୍ଡ ଲିମିଟେଡ୍ ଏବଂ ଏହାର ପୂର୍ବତନ ଅଧ୍ୟକ୍ଷ ତଥା ପ୍ରବନ୍ଧ ନିର୍ଦ୍ଦେଶକ ଋଷି କମଲେଶ ଅଗ୍ରଓ୍ଵାଲଙ୍କ ଉପରେ ଅନେକ ବ୍ୟାଙ୍କ ସହ ୨୨,୮୪୨ କୋଟି ଟଙ୍କାର ଅନିୟମିତତା ଅଭିଯୋଗ ହୋଇଛି। ଲୁଟକାରୀଙ୍କୁ ବ୍ୟାଙ୍କ ଲୁଟିବାକୁ ସୁଯୋଗ ଦିଆଯାଉଥିବା ସୁରଜେଓ୍ଵାଲା କହିଛନ୍ତି।
ମୋଦୀ ସରକାରଙ୍କ ଅମଳରେ ୭୫ ବର୍ଷରେ ଭାରତରେ ସବୁଠୁ ବଡ ବ୍ୟାଙ୍କ ଘୋଟାଲା ଘଟିଛି। ଗତ ସାତ ବର୍ଷରେ ୫,୩୫,୦୦୦ କୋଟି ଟଙ୍କାର ବ୍ୟାଙ୍କ ଘୋଟାଲା ଆମର ବ୍ୟାଙ୍କିଂ ପ୍ରଣାଳୀକୁ ବର୍ବାଦ କରି ଦେଇଥିବା ସୁରଜେଓ୍ଵାଲା କହିଛନ୍ତି।
ସୂଚନାଯୋଗ୍ୟ, ଏବିଜି ଗ୍ରୁପ ଦ୍ଵାରା ବ୍ୟାଙ୍କ ଲୁଟ୍ ଘୋଟାଲାର ସମସ୍ତ ରେକର୍ଡ ଭାଙ୍ଗି ଦେଇଛି। ଏହି ମାମଲାରେ ଏ ପର୍ୟ୍ୟନ୍ତ ୮ ଜଣଙ୍କୁ ଗିରଫ କରାଯାଇଛି। ମାମଲାର ତଦନ୍ତ ଦାୟିତ୍ଵ ସିବିଆଇକୁ ଦିଆଯାଇଛି।