ଭୁବନେଶ୍ୱର: ଖୁବଶୀଘ୍ର ପୂରଣ ହେବ ୨୨ ହଜାର ୮୯୬ ପଦବୀ । ଏ ନେଇ ମୁଖ୍ୟ ଶାସନ ସଚିବଙ୍କ ପକ୍ଷରୁ ଜାରି କରାଯାଇଛି କଡ଼ା ନିର୍ଦ୍ଦେଶ ।
୧୦ ବିଭାଗର ଗ୍ରୁପ୍-ସି ପଦ ପୂରଣ ପାଇଁ ସଚିବଙ୍କ ନିର୍ଦ୍ଦେଶ । ଖୁବଶୀଘ୍ର ନିଯୁକ୍ତି ଦିଆଯିବା ନେଇ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିବା ସୂଚନା ।
ଅଗଷ୍ଟ ୩୧ ସୁଦ୍ଧା ନିଯୁକ୍ତି ପ୍ରକ୍ରିୟା ସାରିବାକୁ ସଚିବ ଦେଇଛନ୍ତି ପରାମର୍ଶ ।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ୮୩୫୮ ପଦବୀ ପୂରଣ କରାଯିବାକୁ ଥିବାବେଳେ ପଞ୍ଚାୟତିରାଜ ବିଭାଗର ୪୦୪୨ ପଦବୀ ଏବଂ ସ୍ୱାସ୍ତ୍ୟ ବିଭାଗର ୩୬୭୭ ପଦବୀ ପୂରଣ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି ।
ରାଜ୍ୟରେ ୧୦ ବିଭାଗରେ ମୋଟ ୪୪ ହଜାର ୯୦୯ ପଦବୀ ଖାଲି ପଡ଼ିଛି ।