fbpx

ପଞ୍ଚାୟତ ନିର୍ବାଚନ ବେଳେ ୨୩ ପ୍ରାର୍ଥୀଙ୍କ ମୃତ୍ୟୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପଞ୍ଚାୟତ ନିର୍ବାଚନ ବେଳେ ୨୩ ଜଣ ପ୍ରାର୍ଥୀଙ୍କ ମୃତ୍ୟୁ ଘଟିଛି । ନାମାଙ୍କନ ଦାଖଲରୁ ଆଜିଯାଏଁ ୨୩ ଜଣ ପ୍ରାର୍ଥୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସର୍ବାଧିକ ୧୩ ଜଣ ୱାର୍ଡ ମେମ୍ବର ପ୍ରାର୍ଥୀଙ୍କଚ ମୃତ୍ୟୁ ହୋଇଥିବା ଜଣାପଡିଛି । ଏହା ସହିତ ୬ ଜଣ ସରପଞ୍ଚ ପ୍ରାର୍ଥୀ ଓ ୩ ଜଣ ସମିତି ସଭ୍ୟ ପ୍ରାର୍ଥୀଙ୍କ ମୃତ୍ୟୁ ହୋଇଛି । ସେହିପରି କେନ୍ଦୁଝର ଜିଲ୍ଲାରୁ ଜଣେ ଜିଲ୍ଲା ପରିଷଦ ସଭ୍ୟଙ୍କ ମୃତ୍ୟୁ ହୋଇଛି ।

କଟକ ସଦର ଯଶପଡ଼ା ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀଙ୍କ ମୃତ୍ୟୁ ଘଟିଛି, ଫଳରେ ମତଦାନକୁ ବନ୍ଦ କରାଯାଇଛି । କିନ୍ତୁ ଅନ୍ୟ ପଦ ପାଇଁ ଭୋଟିଂ ଜାରି ରହିଛି । ବିଳମ୍ବିତ ରାତିରେ ସରପଞ୍ଚ ପ୍ରାର୍ଥୀ ନମିତା ବେହେରାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ୍ୟୁର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି ।

ତେବେ ଦିନ ୧୧ଟା ସୁଦ୍ଧା ୩୦ ପ୍ରତିଶତରୁ ଅଧିକ ମତଦାନ ସରିଛି । ଏନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ନିର୍ବାଚନ କମିଶନ ସଚିବ ସୂଚନା ଦେଇଛନ୍ତି । ଏହା ସହ ସେ କହିଛନ୍ତି ଯେ, ‘୧ଟା ସୁଦ୍ଧା ବୁଥରେ ଥିବା ଲୋକ ଭୋଟ ଦେଇପାରିବେ । ୩୦ଟି ଜିଲ୍ଲାର ୭୧ ବ୍ଲକରେ ଶାନ୍ତି ଶୃଙ୍ଖଳାରେ ମତଦାନ ଚାଲିଛି । କୋଭିଡ ଆକ୍ରାନ୍ତ ବି ଭୋଟ୍ ଦେଇପାରିବେ ବୋଲି ସେ କହିଛନ୍ତି ।

 

Get real time updates directly on you device, subscribe now.