fbpx

ମହିଳାଙ୍କ ଆଖିରୁ ବାହାରିଲା ୨୩ଟି କଣ୍ଟାକ୍ଟ ଲେନ୍ସ : ଯାହାକୁ ଦେଖି ଡାକ୍ତର ବି ଆଶ୍ଚର୍ଯ୍ୟ

ଆଜିକାଲି ଫ୍ୟାସନ ପାଇଁ ଲୋକେ ଅନେକ ପ୍ରକାର ଉପାୟ ଅବଲମ୍ବନ କରୁଛନ୍ତି । କିଏ ଶରୀରରେ ଟାଟୁ କରୁଛି ତ ଆଉ କିଏ ମେକଅପରେ ନିଜକୁ ସଜାଉଛି । ତେବେ ଆଖିକୁ ସୁନ୍ଦର କରିବା ପାଇଁ ମଧ୍ୟ ଅନେକ ଲୋକ ବିଭିନ୍ନ ପ୍ରକାର ଉପାୟ ଆପଣାଇଥାନ୍ତି । କିନ୍ତୁ ବେଳେବେଳେ ଆମର ଏହି ସୁନ୍ଦରତା ଆମକୁ ବିପଦରେ ପକାଇଥାଏ । ଏହିଭଳି ଏକ ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ମହିଳାଙ୍କ ଆଖିରୁ ରୋଟିଏ କିମ୍ବା ଦୁଇଟି ନୁହେଁ ବରଂ ଏକାବେଳେ ୨୩ଟି କଣ୍ଟାକ୍ଟ ଲେନ୍ସ ବାହାରିଛି । ଯାହାକୁ ଦେଖି ଡାକ୍ତର ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ତେବେ ମହିଳା ଜଣଙ୍କ ନିଜର ଅସାବଧାନତା ହେତୁ ତାଙ୍କ ଆଖିରେ ଏଭଳି କ୍ଷତି ଘଟାଇଛନ୍ତି । ଫଳରେ ବର୍ତ୍ତମାନ ତାଙ୍କ ଆଖିକୁ ଅପରେସନ କରାଯାଇଛି । ଏହି ଅପରେସନ ସମୟରେ ମହିଳାଙ୍କ ଆଖିରୁ ୨୩ଟି କଣ୍ଟାକ୍ଟ ଲେନ୍ସ ବାହାରିଛି । ଏହି ଘଟଣାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ , ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆ ରେ ଭାଇରାଲ୍‌ ହୋଇଛି।

ଏହି ଘଟଣାଟି ଆମେରିକାର ଏକ ଡାକ୍ତରଖାନାରୁ ଆସିଥିବା ଜଣାପଡିଛି । ଏଠାରେ ଜଣେ ମହିଳାଙ୍କ ଆଖିରେ କିଛି ଅସୁବିଧା ଥିଲା, ତେଣୁ ସେ ଆଖିରେ କଣ୍ଟାକ୍ଟ ଲେନ୍ସ ପିନ୍ଧିବା ଆରମ୍ଭ କରିଥିଲେ । କିନ୍ତୁ ମହିଳା ଜଣକା ଭାବନ୍ତି ଯେ ତାଙ୍କ ଆଖିରୁ କଣ୍ଟାକ୍ଟ ଲେନ୍ସ ଅଜଣାରେ ଖସି ପଡୁଛି । ଯାହାଫଳରେ ସେ ଆଉ ଏକ ନୂଆ କଣ୍ଟାକ୍ଟ ଲେନ୍ସ ପିନ୍ଧନ୍ତି । ଏପରି ଅନେକ ଦିନ ଧରି ହେବାପରେ ମହିଳାଙ୍କ ଆଖିରେ ପ୍ରବଳ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ଫଳରେ ସେ ଡାକ୍ତରଙ୍କ ନିକଟକୁ ଯାଇଥିଲେ । ଏହାପରେ ସେ ଜାଣିବାକୁ ପାଇଥିଲେ ଯେ ତାଙ୍କର କଣ୍ଟାକ୍ଟ ଲେନ୍ସ କେଉଁଠି ପଡିନାହିଁ ବରଂ ତାଙ୍କ ଆଖିରେ ରହିଛି । ଏହାପରେ ସେ ତାଙ୍କ ଆଖି ଅପରେସନ କରିଥିଲେ । ଯେଉଁଥିରୁ ଏକା ସହିତ ୨୩ଟି କଣ୍ଟାକ୍ଟ ଲେନ୍ସ ବାହାରିଥିଲା । ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଛି ।

Get real time updates directly on you device, subscribe now.