fbpx

୨୩ ଅଗଷ୍ଟରେ ଜାତୀୟ ମହାକାଶ ଦିବସ ପାଳନ କରିବ ଭାରତ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ସକାଳୁ ଇସ୍ରୋର ମୁଖ୍ୟାଳୟରେ ପହଞ୍ଚି ଚନ୍ଦ୍ରଯାନ-୩ ର ସଫଳତା ପାଇଁ ବୈଜ୍ଞାନିକ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ସେ ଘୋଷଣା କରିଛନ୍ତି ଯେ, ୨୩ ଅଗଷ୍ଟରେ ଏଣିକି ଭାରତରେ ଜାତୀୟ ମହାକାଶ ଦିବସ ପାଳନ କରାଯିବ। ଇସ୍ରୋ ଚନ୍ଦ୍ରରେ ସଫଳତାର ସହିତ ଚନ୍ଦ୍ରଯାନ-୩ ଅବତରଣ କରି ଦେଶର ପିଲାଠାରୁ ବୟସ୍କ ବ୍ୟକ୍ତି ମାନେ ଏବେ ଦେଶର ବୈଜ୍ଞାନିକଙ୍କୁ ପ୍ରେରଣା ସାଜିଛି। ବୈଜ୍ଞାନିକମାନେ ଏହି ସଫଳତ ସହିତ ଦେଶର ଯୁବପିଢ଼ିକୁ ଜାଗ୍ରତ କରି ସମଗ୍ର ଭାରତର ପିଢ଼ିକୁ ଶକ୍ତି ପ୍ରଦାନ କରିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।

ଏହା ସହିତ ଇସ୍ରୋର ସଫଳତା ଦେଶବାସୀଙ୍କ ଉପରେ ଏକ ଗଭୀର ଭାବନା ଛାଡ଼ିଛି। ଆଜିଠାରୁ, ଯେକୌଣସି ପିଲା ରାତିରେ ଚନ୍ଦ୍ରକୁ ଦେଖିବେ ବିଶ୍ୱାସ କରିବେ ଯେ ଯେଉଁ ସାହସ ଏବଂ ଆତ୍ମବିଶ୍ଵାସରେ ମୋ ଦେଶ ଚନ୍ଦ୍ରରେ ପହଁଚିଛି, ସେହି ସେହି ସାହସ ଏବଂ ଆତ୍ମବିଶ୍ୱାସ ମୋ ମୋ ଭିତରେ ଅଛି। ବୈଜ୍ଞାନିକମାନେ ଦେଶର ଶିଶୁମାନଙ୍କ ମନରେ ଆକାଂକ୍ଷାର ମଞ୍ଜି ବୁଣିଛନ୍ତି । ଯାହା ଦିନେ ବଟବୃକ୍ଷରେ ପରିଣତ ହୋଇ ଭାରତର ବିକାଶର ଜରିଆ ହେବେ । ତେଣୁ ଦେଶର ଯୁବପିଢ଼ୀଙ୍କୁ ନିରନ୍ତର ପ୍ରେରଣା ଦେବା ପାଇଁ ୨୩ ଅଗଷ୍ଟରେ ଯେବେ ଭାରତ ଚନ୍ଦ୍ରରେ ତ୍ରିରଙ୍ଗା ଉଡ଼ାଇଲା, ସେହି ଦିନକୁ ଏବେଠାରୁ ଭାରତରେ ଜାତୀୟ ମହାକାଶ ଦିବସ ଭାବରେ ପାଳନ କରାଯିବ ।

ପ୍ରଧାନମନ୍ତ୍ରୀ କହିଥିଲେ କି, ଆପଣମାନଙ୍କ ସାଧନା ଦେଶବାସୀଙ୍କ ଜାଣିବା ଉଚିତ୍ । ଏହି ଯାତ୍ରା ସହଜ ନଥିଲା । ଚନ୍ଦ୍ରରେ ଅବତରଣ କରିବା ପାଇଁ ବୈଜ୍ଞାନିକମାନେ ନିଜକୁ ସମ୍ପୁର୍ଣ୍ଣ ଉତ୍ସର୍ଗିକୃତ କରିଥିଲେ । ଚନ୍ଦ୍ରକୁ ଯିବା ପୁର୍ବରୁ ଲ୍ୟାଣ୍ଡର ବିକ୍ରମକୁ ଏଠାରେ ଅନେକ ଥର ପରୀକ୍ଷା କରାଯାଇଥିଲା । ତେଣୁ ଏତେ ଗୁଡ଼ିଏ ପରୀକ୍ଷା ପରେ ଏହାର ସଫଳ ହେବା ନିଶ୍ଚିତ ଥିଲା । ବର୍ତ୍ତମାନ ସମୟରେ ଭାରତର ଯୁବପିଢ଼ି ସାଇନ୍ସ, ସ୍ପେସ୍ ଏବଂ ନବସୃଜନତା ପାଇଁ ସେମାନଙ୍କ ମଧ୍ୟରେ ଅନେକ ପ୍ରତିଭା ଭରି ରହିଛି, ଯାହା ପଛରେ ଏଭଳି ସଫଳତା ଭରି ରହିଛି । ମଙ୍ଗଯାନ ଏବଂ ଚନ୍ଦ୍ରାଯାନର ସଫଳତା ଏବଂ ଗଗନୟାନଙ୍କ ପ୍ରସ୍ତୁତି ଦେଶକୁ ଏକ ନୂଆ ମନୋବଳ ଦେଇଛି । ଆଜି ଚନ୍ଦ୍ରଯାନ ନାମ ଭାରତର ଛୋଟ ପିଲାମାନଙ୍କର ପ୍ରତ୍ୟେକ କଥାରେ ରହିଛି । ଆଜି ଭାରତର ପିଲା ଏହାର ବୈଜ୍ଞାନିକମାନଙ୍କ ଭବିଷ୍ୟତକୁ ଦେଖୁଛନ୍ତି ।

Get real time updates directly on you device, subscribe now.