fbpx

ବିଷାକ୍ତ ମଦ ପିଇ ୨୫ ଜଣଙ୍କ ମୃତ୍ୟୁ, ୬୦ ହସ୍ପିଟାଲରେ ଭର୍ତ୍ତି

Advertisement

ନୂଆଦିଲ୍ଲୀ: ବିଷାକ୍ତ ମଦ ପିଇ ୨୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬୦ ରୁ ଅଧିକ ଲୋକେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏହି ମାମଲାରେ ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛନ୍ତି । ଅଭିଯୁକ୍ତଙ୍କ ପାଖରେ ୨୦୦ ଲିଟର ବିଷାକ୍ତ ମଦ ମିଳିଛି, ଯେଉଁଥିରେ ମେଥାନଲ ମିଶିଛି । ଏହି ଘଟଣାଟି ତାମିଲନାଡୁର କଲ୍ଲାକୁରିଚୀ ଜିଲ୍ଲାରେ ଘଟିଛି ।

ଏହି ଘଟଣାକୁ ନେଇ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଶୋକ ପ୍ରକାଶ କରି ଲେଖିଛନ୍ତି ଯେ, କଲ୍ଲାକୁରିଚୀରେ ବିଷାକ୍ତ ମଦ ପିଇବାରେ ଲୋକଙ୍କ ମୃତ୍ୟୁ ଖବର ଶୁଣି ମୁଁ ସ୍ତବ୍ଧ ଏବଂ ଦୁଃଖିତ । ଏହି ମାମଲାରେ ଅପରାଧରେ ସାମିଲ ଲୋକଙ୍କୁ ଗିରଫ କରାଯାଇଛି । ଏହାକୁ ରୋକିବାରେ ଅସଫଳ ଅଧିକାରୀମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଯଦି ଜନସାଧାରଣ ଏଭଳି ଅପରାଧରେ ଜଡିତ ଲୋକମାନଙ୍କ ବିଷୟରେ ସୂଚନା ଦିଅନ୍ତି ତେବେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏପରି ଅପରାଧ ଯାହା ସମାଜକୁ ନଷ୍ଟ କରିଦିଏ ।

ତାମିଲନାଡୁ ସରକାର ଏହି ମାମଲାର ଯାଞ୍ଚ ସିବି-ସଆଇଡି ଦ୍ୱାରା କରାଯିବାର ଆଦେଶ ଦେଇଛନ୍ତି । କଲ୍ଲାକୁରିଚୀ ଡିଏମ ଶ୍ରବଣ କୁମାର ଜାଟବଥଙ୍କୁ ଟ୍ରାନ୍ସଫର କରିଦିଆଯାଇଛି । ଏହା ବ୍ୟତୀତ ଏସପି ସମୟ ସିଂହ ମୀନାଙ୍କୁ ସସଫେଣ୍ଡ କରାଯାଇଛି । ଏଥିସହ ଅନ୍ୟାନ୍ୟ ପୋଲିସ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି ।

Get real time updates directly on you device, subscribe now.