fbpx

iphone 13ରେ ଜବରଦସ୍ତ ଅଫର୍, ୨୫ ହଜାର ପର୍ଯ୍ୟନ୍ତ ପାଇପାରିବେ ରିହାତି

ନୂଆଦିଲ୍ଲୀ: ଯଦି ଆପଣ ଆଇଫୋନ୍ କିଣିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଭଲ ଅଫର ଆସିଛି । ଗତ ସେପ୍ଟେମ୍ବରରେ କମ୍ପାନୀ ଆଇଫୋନ ୧୩ ସିରିଜ ବଜାରକୁ ଛାଡ଼ିଥିଲା । ଏଥିରେ ଆଇଫୋନ ୧୩, ଆଇଫୋନ ୧୩ ମିନି, ଆଇଫୋନ୍ ୧୩ ପ୍ରୋ, ଆଇଫୋନ ୧୪ ପ୍ରେ ମ୍ୟାକ୍ସ ଆଦି ରହିଥିଲା । ଆଇଫୋନର ୧୩ର ୧୨୮ ଜିବି ଭାରିଏଣ୍ଟର ମୂଲ୍ୟ ୭୯ ହଜାର ୯୯୦ ଟଙ୍କା ରହିଥିଲା । ଭାରତ ଆଇଷ୍ଟୋରରେ ଆପଲ ଏକ ଅଥରାଇଜଡ୍ ରିସେଲର ହୋଇଥିବାରୁ ଏଥିରେ ବହୁତ ଭଲ ଡିସ୍କାଉଣ୍ଟ ଚାଲିଛି । ଏହି ପରିପ୍ରେକ୍ଷୀର ଆପଣ ସ୍ମାର୍ଟଫୋନ୍ ମାତ୍ର ୫୫,୯୯୦ ଟଙ୍କାରେ କିଣିପାରିବେ । ଯଦି ଆପଣଙ୍କ ପାଖରେ ଏଚଡିଏଫସି ବ୍ୟାଙ୍କର କାର୍ଡ ରହିଥିବା ତେବେ ସିଧାସଳଖ ୬ ହଜାର ଟଙ୍କାର ରିହାତି ମିଳିବ । ଆପଣ ଚାହିଁଲେ ଇଏମଆଇର ଲାଭ ଉଠାଇ ପାରିବେ ।

ଇଣ୍ଡିଆ ଆଇଷ୍ଟୋରରେ ଆପଣ ପୁରୁଣା ଆଇଫୋନରେ ୧୮ ହଜାର ପର୍ଯ୍ୟନ୍ତ ଅଫର ପାଇପାରିବେ । ଏନେଇ ୱେବସାଇଟରେ କୁହାଯାଇଛି ଯେ, ଯଦି ଆପଣ ଏକ୍ସଚେଞ୍ଜ କରନ୍ତି, ତେବେ ଆପଣଙ୍କୁ ୩୦୦ ଟଙ୍କାର ଅତିରିକ୍ତ ବୋନସ୍ ମଧ୍ୟ ପ୍ରଦାନ କରାଯିବ । ସମସ୍ତ ଅଫରକୁ ମିଶାଇଲେ ଆପଣଙ୍କୁ ସ୍ମାର୍ଟଫୋନ୍ ୫୫,୯୯୦ ଟଙ୍କାରେ ମିଳିପାରିବ । ଯଦି ଆପଣ ଆଇଫୋନ୍ ୧୧ ବା ତା’ଠାରୁ ଉପର ଲେବଲର କୌଣସି ମଡେଲ ଏକ୍ସଚେଞ୍ଜ କରନ୍ତି, ତେବେ ଏହାର ମୂଲ୍ୟ ଆହୁରି ହ୍ରାସ ପାଇବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.