fbpx

ନିୟନ୍ତ୍ରଣ ରେଖା ସେପଟେ ଛକି ରହିଛନ୍ତି ୨୫୦ରୁ ଅଧିକ ଆତଙ୍କବାଦୀ, କେବେ ବି କରିପାରନ୍ତି ଭାରତରେ ପ୍ରବେଶ

ଶ୍ରୀନଗର: ନିୟନ୍ତ୍ରଣ ରେଖା(LOC)ସେପଟେ ପାକିସ୍ତାନ କବ୍‌ଜାରେ ରହିଥିବା କାଶ୍ମୀରର ଲଞ୍ଚ ପ୍ୟାଡ୍‌ରେ ପ୍ରାୟ ୨୫୦ରୁ ୩୦୦ ପର୍ଯ୍ୟନ୍ତ ଆତଙ୍କବାଦୀ ଜାମ୍ମୁ କାଶ୍ମୀରରେ ପ୍ରବେଶ କରିବା ଲାଗି ସୁଯୋଗର ଅପେକ୍ଷାରେ ରହିଛନ୍ତି । ବିଏସ୍‌ଏଫ୍‌ର ଜଣେ ବରିଷ୍ଠ ଅଧିକାରୀ ଶନିବାର ଏ ବିଷୟରେ ସୂଚନା ଦେଇଛନ୍ତି । ଅଧିକାରୀ କହିଛନ୍ତି ସୁରକ୍ଷା ବଳ ସତର୍କ ରହିଛନ୍ତି ଓ ଏଲ୍‌ଓସି ସେପଟୁ କୌଣସି ବି ପ୍ରକାର ଅନୁପ୍ରବେଶ ଉଦ୍ୟମକୁ ନିମିଷକେ ପଣ୍ଡ କରିଦେବେ ।

ବିଏସ୍‌ଏଫ୍ ମହାନୀରିକ୍ଷକ ଅଶୋକ ଯାଦବ କହିଛନ୍ତି, ଗୁଇନ୍ଦା ସୂତ୍ରରୁ ଜଣାପଡିଛି କି ୨୫୦ରୁ ୩୦୦ ଆତଙ୍କବାଦୀ ଲଞ୍ଚ ପ୍ୟାଡ୍‌ରେ ଭାରତ ମଧ୍ୟକୁ ପ୍ରବେଶ ଲାଗି ସୁଯୋଗର ଅପେକ୍ଷାରେ ରହିଛନ୍ତି । କିନ୍ତୁ ଆମେ ଓ ଭାରତୀୟ ସେନା ସମସ୍ତ ସମ୍ବେଦନଶୀଳ ସ୍ଥାନ ଉପରେ କଡା ନଜର ରଖିଛୁ । ବିଏସଏଫ୍ ମହାନୀରିକ୍ଷକ କହିଛନ୍ତି, ଗତ କିଛି ବର୍ଷ ଭିତରେ ସୁରକ୍ଷା କର୍ମୀ ଓ କାଶ୍ମୀର ଲୋକଙ୍‌କ ମଧ୍ୟରେ ସହଯୋଗ ବୃଦ୍ଧି ପାଇଛି । ସେ କହିଛନ୍ତି ଯଦି ଲୋକମାନେ ଆମକୁ ସହଯୋଗ କରିବେ ତେବେ ବିକାଶମୂଳକ ଗତିବିଧି ଦ୍ରୁତ ଗତିରେ ଆଗକୁ ବଢିବ ।

Get real time updates directly on you device, subscribe now.