fbpx
BSKY SKY
BSKY SKY

ବେଆଇନ ଲିଙ୍ଗ ନିରୂପଣ ଓ ଭ୍ରୂଣ ହତ୍ୟା ସମ୍ପର୍କରେ ସୂଚନା ଦେଲେ ମିଳିବ ୨୫୦୦୦ ପ୍ରୋତ୍ସାହନ ରାଶି : ଗଞ୍ଜାମ ଜିଲ୍ଲା ପ୍ରଶାସନର ଘୋଷଣା

BSKY

ଭୁବନେଶ୍ଵର: ଗଞ୍ଜାମ ଜିଲ୍ଲାରେ ବେଆଇନ ଲିଙ୍ଗ ନିରୂପଣ ଓ ଭ୍ରୂଣ ହତ୍ୟା ସମ୍ପର୍କରେ ସୂଚନା ପ୍ରଦାନକାରୀଙ୍କୁ ୨୫ ହଜାର ଟଙ୍କା ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ଲିନା କୁମାରୀ ଖେସଙ୍କ ଅଧ୍ୟକ୍ଷତାରେ ଲିଙ୍ଗ ନିରୂପଣ ନିରୋଧ ଆଇନ ସମ୍ପର୍କିତ ଜିଲ୍ଲାସ୍ତରୀୟ ପରାମର୍ଶ କମିଟିରେ ଏହି ଘୋଷଣା କରାଯାଇଛି । ପ୍ରସବ ପୂର୍ବ ଓ ପରବର୍ତ୍ତୀ ଲିଙ୍ଗ ନିରୂପଣ ନିରୋଧ ଆଇନ ୧୯୯୪କୁ କଡ଼ାକଡ଼ି କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି ।

ଜିଲ୍ଲାରେ କାର୍ୟ୍ୟକାରୀ ହେଉଥିବା ୱାନ ଷ୍ଟପ୍ ସେଣ୍ଟରରେ ସଖୀ ଏବଂ କନ୍ୟାରତ୍ନର ଆବଶ୍ୟକତା ସମ୍ପର୍କିତ ତଥ୍ୟ ସମ୍ପର୍କରେ ପ୍ରଚାର ପ୍ରସାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଜିଲ୍ଲାରେ ଡାଇଗ୍ନୋଷ୍ଟିକ୍ ସେଣ୍ଟର ନିମନ୍ତେ ଆବେଦନ ଗୁଡ଼ିକୁ ଏକ ବୈଷୟିକ ଟିମ୍ ଦ୍ୱାରା ଯାଞ୍ଚ୍ କରାଯାଇ ଅନୁମୋଦନ କରାଯାଇଛି । ପୁରୁଷ ଲିଙ୍ଗ ଅନୁପାତରେ କନ୍ୟା ଲିଙ୍ଗ ସଂଖ୍ୟା କମ୍ ରହୁଥିବା ହେତୁ ସମାଜରେ ଅନେକ ସମସ୍ୟା ଦେଖାଯାଏ। ଲିଙ୍ଗ ଅନୁପାତକୁ ସଠିକ ପରିଚାଳନା ଓ ତାରତମ୍ୟ ହ୍ରାସ ଉପରେ ଗୁରୁତ୍ବ ଦିଆଯାଇଥିଲା। କନ୍ୟା ଭୃଣ ଚିହ୍ନଟ ଏବଂ ନଷ୍ଟ କରିବା ଦିଗରେ ପ୍ରଥମ ସୂଚନା ଜିଲ୍ଲା ଚିକିତ୍ସାଧିକାରୀ ଓ ଜନ ସ୍ଵାସ୍ଥ୍ୟ ଚିକିତ୍ସାଧିକାରୀ ପରିବାର କଲ୍ୟାଣ ବିଭାଗକୁ ପ୍ରଦାନ କରିବାକୁ କୁହାଯାଇଛି।

ପ୍ରସବ ପୂର୍ବ ଓ ପରବର୍ତ୍ତୀ ଲିଙ୍ଗ ନିରୂପଣ ନିରୋଧ ଆଇନ- ୧୯୯୪ ଅନୁଯାୟୀ ଲିଙ୍ଗ ନିରୂପଣ କରୁଥିବା ଡାଏଗ୍ନୋଷ୍ଟିକ୍ ସେଣ୍ଟର ଗୁଡିକୁ ବନ୍ଦ କରାଯିବ। ଏହି ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଅତିରିକ୍ତ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ପଞ୍ଜୀକୃତ ହୋଇଥିବା ଡାଏଗ୍ନୋଷ୍ଟିକ୍ ସେଣ୍ଟର ଗୁଡ଼ିକ ପ୍ରତି ତୀକ୍ଷଣ ଦୃଷ୍ଟି ରଖିବାକୁ ପରାମର୍ଶ ଦେଇଥିଲେ ସେ। ଆଗାମୀ ଦିନରେ କିଭଳି ଅଧିକ ତତ୍ପରତା ସହ ନିୟମିତ ବ୍ୟବଧାନରେ ଚଢ଼ାଉ ବ୍ୟାପକ କରିବା ନେଇ ରଣ କୌଶଳ ଧାର୍ୟ୍ୟ କରଯାଇଥିଲା। ଏହି ସମ୍ପର୍କରେ ସଚେତନତା କାର୍ୟ୍ୟକୁ ବ୍ୟାପକ କରିବାକୁ ପରାମର୍ଶ ଦିଆଯାଇଛି।

Get real time updates directly on you device, subscribe now.