fbpx

ଅଧିନାୟକ ହେବେ ମୀରାବାଇ ଚାନୁ : ବିଶ୍ୱ ଭାରତ ଚାମ୍ପିୟନସିପରେ କରିବେ ନେତୃତ୍ୱ

ନୂଆଦିଲ୍ଲୀ : ୨୦୨୦ ଟୋକିଓ ଅଲମ୍ପିକରେ ରୋପ୍ୟ ପଦକ ବିଜେତା ମୀରାବାଈ ଚାନୁୁ, ସାଉଦି ଆରବରେ ଆୟୋଜିତ ହେବାକୁ ଥିବା ବିଶ୍ୱ ଭାରୋତ୍ତୋଳନ ଚମ୍ପିୟନସିପରେ ଭାରତୀୟ ଦଳର ନେତୃତ୍ୱ ନେବେ ।
ଏନେଇ ସେ ଡ . ଏରୋଲା ହର୍ସିଗଙ୍କ ଠାରେ ପ୍ରଶିକ୍ଷଣ ହେଉଛନ୍ତି ।

ସୂଚନା ଅନୁସାରେ, ୨୦୨୪ ପ୍ୟାରିସ ଅଲମ୍ପିକ ପାଇଁ କ୍ୱାଲିଫାଇଙ୍ଗ ଇଭେଣ୍ଟ କରାଯିବ । ଏହା ସେପ୍ଟେମ୍ବର ୪ ରୁ ୧୭ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ତେବେ ଚାନୁ ମହିଳା ୪୯ କିଗ୍ରା ବର୍ଗରେ ପ୍ରତିଦ୍ୱନ୍ଦିତା କରିବେ । ଦୁଇଥର ବିଶ୍ୱ ଚମ୍ପିୟନସିପ ପଦକ ବିଜେତା ଚାନୁ ଏଥର ସ୍ୱର୍ଣ୍ଣ ପଦକ ହାସଲ କରିବାର ଲକ୍ଷ ରଖି ଖେଳିବେ । ସେ ୨୦୧୭ରେ ଅନାହେମ ଠାରେ ଆୟୋଜିତ ହୋଇଥିବା ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତି ଥିବା ବେଳେ ଗତବର୍ଷ ବୋଗୋଟାଠାରେ ରୋପ୍ୟ ପଦକ ଜିତି ସନ୍ତୁଷ୍ଟ ହେବାକୁ ପଡିଥିଲେ ।

ସେହିପରି ୨୦୨୧ରେ ରାଷ୍ଟ୍ରମଣ୍ଡଳ ଭାରୋତ୍ତୋଳନ ଚମ୍ପିୟନସିପରେ ସ୍ୱର୍ଣ୍ଣ ପଦକ ଜିତିଥିବା ବିନ୍ଦ୍ୟାରାଣୀ ଦେବୀ ଏଥର ମହିଳା ୫୫କିଗ୍ରା ବର୍ଗରେ ଅଂଶଗ୍ରହଣ କରିବେ । ଏନେଇ ଚାନୁ ଓ ବିନ୍ଦ୍ୟାରାଣୀ ଏବେ ସେଣ୍ଟ ଲୁଇସ ସ୍କ୍ୱାଟ ୟୁନିଭର୍ସିଟି ଠାରେ ଡ. ଏରୋଲ ହର୍ସିଗଙ୍କ ଅଧୀନରେ ପ୍ରଶିକ୍ଷଣ ହେଉଛନ୍ତି । ଅନ୍ୟପଟେ ପୁରୁଷ ଭାରୋତ୍ତୋଳନ ରେ ୨୦୨୨ ରାଷ୍ଟ୍ରମଣ୍ଡଳ ଚମ୍ପିୟନ ଅଚିନ୍ତ ଶୁଲି ୭୩ କିଗ୍ରା ବର୍ଗରେ ଅଂଶଗ୍ରହଣ କରିବେ । ସେହିପରି ନାରାୟଣ ଅଜିଥ୍ ଓ ଶୁଭମ୍ ଟୋଡକର ଭାରୋତ୍ତୋଳନ ଚମ୍ପିୟନସିପର ୬୧ କିଗ୍ରା ବର୍ଗରେ ପ୍ରତିଦ୍ୱନ୍ଦିତା କରିବେ ।

Get real time updates directly on you device, subscribe now.