fbpx
BSKY SKY
BSKY SKY

ଥ୍ୟାଙ୍କ ୟୁ ଭଗବାନ୍! ଧିରେ ଧିରେ ଥମୁଛି ‘ଯମୁନାର’ର ଜଳସ୍ରୋତ: କିନ୍ତୁ ପାଣିରେ ବୁଡିଛି ସହର

BSKY

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଏବେ ଶାନ୍ତିରେ ନିଶ୍ୱାସ ମାରିବେ ସାଧାରଣ ଲୋକେ । ଏକ ଭୟଙ୍କର ବିପଦ ଟଳିବାକୁ ଯାଉଥିବା ଦେଖାଯାଉଛି । କାରଣ ୩ ଦିନ ପର୍ଯ୍ୟନ୍ତ ସାରା ସହରକୁ ପାଣିରେ ବୁଡାଇ ରଖିବା ପରେ ଏବେ ନିମ୍ନଗାମୀ ହେଉଛି ‘ଯମୁନା’ର ପାଣି । ଧିରେ ଧିରେ ନଦୀର ଜଳସ୍ତର ଟିକିଏ ହ୍ରାସ ପାଇଥିବା ଦେଖାଯାଇଛି । ତେବେ ଆଜି ବି ସହରର ଅଧିକାଂଶ ଅଞ୍ଚଳରେ ପାଣି ଭରି ରହିଛି । ଲାଲକିଲ୍ଲାରୁ ଆରମ୍ଭ କରି ମହାତ୍ମା ଗାନ୍ଧୀ ସ୍ମାରକରେ ଯମୁନା ପାଣି ଲହଡି ଖେଳୁଛି । କିନ୍ତୁ ନଦୀରେ ଜଳସ୍ତର କମିବା ପରେ ଲୋକଙ୍କ ପାଇଁ ଆଶ୍ୱସ୍ତିଲାଭ କରିଛନ୍ତି ।

୩ ଦିନ ହେଲା ଦିଲ୍ଲୀ ଗଳିକନ୍ଦି ଆଉ ସହରର ପ୍ରତିଟି ଲୋକ ‘ଯମୁନା’ ରୌଦ୍ର ରୂପ ଦେଖୁଛି । ଅଶାନ୍ତ ହେବା ପରେ ‘ଯମୁନା’ ପାଣି ଘରେ ଘରେ ପଶି ଲହଡି ଖେଳୁଛି । ରାଜ୍ୟରେ ୪୫ ବର୍ଷର ରେକର୍ଡ ଭାଙ୍ଗିବା ପରେ ଶୁକ୍ରବାର ସନ୍ଧ୍ୟାରୁ ଟିକିଏ ଶାନ୍ତ ପଡ଼ିଛି ଯମୁନା ନଦୀର ଜଳସ୍ତର । ବର୍ତ୍ତମାନ ନଦୀରେ ଜଳସ୍ତର ୨୦୮.୧୭ ମିଟରେ ରହିଥିବା ବେଳ ଏବେ ବି ସହରର ବିଭିନ୍ନ ସ୍ଥାନ ଜଳମଗ୍ନ ହୋଇ ରହିଛି । ଯମୁନା ନଦୀରେ ବନ୍ୟା ଆସିବା ପରେ ଏବେ ପାଣିଘେରରେ ରହି ଛଟପଟ ହେଉଛି ସାରା ସହର । ଦିଲ୍ଲୀର ଲାଲକିଲାରୁ ୍ରାରମ୍ଭ କରି ରାଜଘାଟ ସ୍ଥିତ ମହାତ୍ମା ଗାନ୍ଧୀଙ୍କ ସ୍ମାରକରେ ମଧ୍ୟ ପାଣି ପଶିଯାଇଛି । ଫଳରେ ଜଳମଗ୍ନ ହୋଇଛି ଏହାର ଲନ୍ ଏବଂ ଆଖପାଖ ରାସ୍ତା ।

ସୂଚନା ଥାଉ କି, ପାଖରେ ଥିବା ଏକ ଡ୍ରେନରୁ ବ୍ୟାକଫ୍ଲୋ ଯୋଗୁଁ ପାଣି ଗାନ୍ଧୀ ସ୍ମାରକ ପରିରରେ ସଂଗମରମର ମଞ୍ଚ ପର୍ଯ୍ୟନ୍ତ ମଧ୍ୟ ପାଣି ପହଞ୍ଚି ଯାଇଛି । ଏଠାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ଶେଷକୃତ୍ୟ କରାଯାଇଥିଲା । ତେବେ ବନ୍ୟାରେ ପୀଡିତ ପରିବାର ଏବଂ ସ୍ଥାନୀୟ ଲୋକମାନଙ୍କୁ ସୁରକ୍ଷା ଏବଂ ସ୍ତାନାନ୍ତରଣ ପାଇଁ ଏନଡିଆରଏଫ ଯିମ୍ ନିୟୋଜିତ କରିବା ପାଇଁ କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ସେପଟେ ଦିଲ୍ଲୀରେ ଯମୁନା ନଦୀର ଜଳସ୍ତର ଆଗାମୀ ଦିନରେ ଆହୁରି ହ୍ରାସ ପାଇବାର ଆଶା କରାଯାଉଛି ।

Get real time updates directly on you device, subscribe now.