fbpx

କାନ୍ଦୁଥିଲା ୨୭ ଦିନର ଛୁଆ, କାନ୍ଥରେ ମୁଣ୍ଡ ପିଟି ମା’ କରିଦେଲା ହତ୍ୟା

ନୂଆଦିଲ୍ଲୀ: କେରଳରୁ ଏକ ହୃଦୟବିଦାରକ ଘଟଣା ସାମନାକୁ ଆସିଛି । ଗୋଟିଏ ମା’ ନିଜର ୨୭ ଦିନର ଜନ୍ମକଲା ଛୁଆକୁ କାନ୍ଥରେ ବାଡେଇ ହତ୍ୟା କରିଦେଇଛି । ସୋମବାର ଦିନ ଅଭିଯୁକ୍ତ ମାଆକୁ ପୋଲିସ୍ ଗିରଫ କରିଥିବା ଜଣାପଡ଼ିଛି ।
ପୋଲିସ୍ ଦେଇଥିବା ସୂଚନା ମୁତାବକ, ଛୁଆ ମାତ୍ର ୨୭ ଦିନର ହୋଇଥିଲା । ତେଣୁ ସେ ବାରମ୍ବାର ଅସୁସ୍ଥ ହୋଇପଡ଼ୁଥିଲା ଯାହାଫଳରେ ଅଧିକାଂଶ ସମୟ କାନ୍ଦୁ ଥିଲା । ଆଉ ଛୁଆଟିର କାନ୍ଦରେ ଅତିଷ୍ଠ ହୋଇ ମାଆ ଏପରି କାଣ୍ଡ କରିଛି । ତେବେ ଏହି ଘଟଣା ଡିସେମ୍ବର ୯ ତାରିଖରେ ଘଟିଥିଲା । ସେହିଦିନ ପିଲାଟି ଖୁବ୍ ଜୋରରେ କାନ୍ଦିବାରୁ ମାଆ ପିଲାଟିର ମୁଣ୍ଡକୁ ଗୋଟିଏ କାନ୍ଥରେ ପିଟି ଦେଇଥିଲା । ଏହାପରେ ଛୁଆଟିର ଅବସ୍ଥା ଶୋଚନୀୟ ହୋଇପଡ଼ିଥିଲା ।

ଛୁଆଟିକୁ ଘଟଣା ଦିନ ସକାଳ ୧୧ଟା ସମୟରେ ହସ୍ପିଟାଲରେ ନିଆଯାଇଥିଲା । ଡାକ୍ତର ତାଙ୍କୁ କିଛି ମେଡିସିନ୍ ଦେଇ ଘରକୁ ଯିବାକୁ କହିଥିଲେ । ଏହାପରେ ଖରାବେଳ ସମୟରେ ପିଲାଟିର ଅବସ୍ଥା ବିଗିଡ଼ି ଯାଇଥିଲା । ଏହାପରେ ତାକୁ ପୁଣି ହସ୍ପିଟାଲକୁ ନିଆଯାଇଥିଲା ଓ ସେଠାରେ ତାର ମୃତ୍ୟୁ ହୋଇଯାଇଥିଲା । ପୋଲିସ୍ କହିଛି ଯେ, ଛୁଆଟିର ମୃତ୍ୟୁ ପରେ ଗୋଟିଏ ଆଶ୍ରମ ଚଳାଉଥିବା ଫାଦର୍ ଯୋଶୀ ଥମସ୍ ଙ୍କ ବୟାନ ଆଧାରରେ ମାମଲା ରୁଜୁ ହୋଇଥିଲା ।

ତେବେ ଅଭିଯୁକ୍ତ ମହିଳା ଜଣକ ଏହି ଆଶ୍ରମର ରୋଷେଇ ଘରେ କାମ କରୁଥିଲା ଓ ସେ ନିଜର ୪୫ ବର୍ଷିୟ ପ୍ରେମିକ ସହିତ ରହୁଥିଲା । ଡିସେମ୍ବର ୧୦ ତାରିଖରେ ପୋଷ୍ଟମଟମରୁ ଜଣାପଡ଼ିଥିଲା ଯେ, ଛୁଆଟିର ମୁଣ୍ଡରେ ମାଡ଼ ହୋଇଛି । ଏହାପରେ ପୋଲିସ୍ ଛୁଆଟିର ବାପାମାଆକୁ ପଚରାଉଚରା କରିଥିଲେ । ଆଉ ଜଣାପଡ଼ିଥିଲା ଯେ, ଛୁଆଟିର ମାଆ ହିଁ ଏପରି କାଣ୍ଡ କରିଛି ।

Get real time updates directly on you device, subscribe now.