ଓଡ଼ିଶା ଭାସ୍କର: ଆଜି ଫାଲଗୁନ କୃଷ୍ଣ ପକ୍ଷର ଉଦୟା ତିଥି ଚତୁର୍ଦ୍ଦଶୀ ଗୁରୁବାର। ଚତୁର୍ଦ୍ଦଶୀ ତିଥି ଆଜି ସକାଳ ୮ଟା ୫୫ ମିନିଟ ପର୍ଯ୍ୟନ୍ତ ରହିବ। ଏହାପରେ ଅମାବାସ୍ୟା ତିଥି ଲାଗିବ। ଆଜି ସ୍ନାନ ଦାନ ଶ୍ରାଦ୍ଧର ଅମାବାସ୍ୟା। ଆଜି ରାତି ୧୧ଟା ୪୧ ମିନିଟ ପର୍ଯ୍ୟନ୍ତ ଶିବ ଯୋଗ ରହିବ। ଆଜି ଦ୍ୱିପ୍ରହର ୩ଟା ୪୪ ମିନିଟ ପର୍ଯ୍ୟନ୍ତ ଧନିଷ୍ଠା ନକ୍ଷତ୍ର ରହିବ।
ମେଷ: ବନ୍ଧୁ ସହିତ ବାହାରକୁ ବୁଲି ଯିବାର ଯୋଜନା କରିବେ। କାମକୁ ଭଲ ଦିଶା ଦେବାକୁ ଚେଷ୍ଟା କରିବେ। ପ୍ରିୟଜନଙ୍କ ସହିତ ଜିନିଷ କିଣିବାକୁ ଯିବେ। ଛାତ୍ରଛାତ୍ରୀ ଲେଖାପଢ଼ାରେ ମନୋଯୋଗ ଦିଅନ୍ତୁ।
ବୃଷ: ଚାକିରିଜୀବୀଙ୍କୁ ମନ ମୁତାବକ ପ୍ରୋଜେକ୍ଟ ମିଳିବା ଯୋଗୁଁ ପ୍ରସନ୍ନତା ହେବ। ଜୀବନସାଥୀ ସହ ରାତ୍ରିଭୋଜନ ପାଇଁ ଯୋଜନା କରିବେ। ପରିବାରରେ ପରିବେଶ ଆନନ୍ଦମୟ ରହିବ।
ମିଥୁନ: ଆପଣ କାହାରିଙ୍କୁ ସାହାଯ୍ୟ କରିବା ଯୋଗୁଁ ମନକୁ ଶାନ୍ତି ମଳିବ। ଇସ୍ପାତ ବ୍ୟବସାୟୀଙ୍କ ହାତକୁ ବଡ଼ କାମ ଆସିବ। ଆପଣ ଯେଉଁ କାମ ଆରମ୍ଭ କରିବେ ନିର୍ଦ୍ଧାରିତ ସମୟ ପୂର୍ବରୁ ପୂରା କରିଦେବେ।
କର୍କଟ: ନୂଆ ଯୋଜନା ବନାଇବାରେ ସଫଳ ହେବେ। ମିଡ଼ିଆ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଲାଭକାରୀ ହେବ। ଶତ୍ରୁପକ୍ଷ ଆପଣଙ୍କ ଠାରୁ ଦୂରତ୍ବ ବନାଇ ରହିବେ। ଛାତ୍ରଛାତ୍ରୀ ଲେଖାପଢ଼ାରେ ବ୍ୟସ୍ତ ରହିବେ।
ସିଂହ: ପ୍ରଭୁଙ୍କ ଆରାଧନାରେ ମନ ଲଗାଇବେ। ଅଫିସରେ ସବୁ ଲୋକ ଆପଣଙ୍କ ଉପରେ ଖୁସି ରହିବେ। ବନ୍ଧୁ ଲାଗି ସାହାଯ୍ୟକାରୀ ସାବ୍ୟସ୍ତ ହେବେ। ବେପାରୀଙ୍କ ଲାଗି ଦିନଟି ଲାଭପ୍ରଦ ରହିବ।
କନ୍ୟା: ଆପଣଙ୍କ ଯୋଜନାରେ ସକାରାତ୍ମକ ଉତ୍ତର ମିଳିବା ଯୋଗୁଁ ଖୁସି ହେବେ। କାମରେ ଜୀବନସାଥୀର ପୂରା ସହଯୋଗ ପାଇବେ। କୌଣସି ଅନ୍ୟର କାମରେ ନିଜକୁ ଦୂରରେ ରଖନ୍ତୁ।
ତୁଳା: ବେପାରରେ ବୃଦ୍ଧି ହେବ। ଲକ୍ଷ୍ୟ ହାସଲ ପାଇଁ ଲୋକଙ୍କ ସହଯୋଗ ପାଇବେ। ବନ୍ଧୁ ସହିତ ବାହାରକୁ ବୁଲି ଯିବେ। କୌଣସି ଉଦ୍ୟୋଗରେ ସାକ୍ଷାତକାର ଲାଗି ଡ଼ାକରା ଆସିପାରେ।
ବିଛା: କାମ ପାଇଁ ନୂଆ ପଦ୍ଧତି ଉପରେ ବିଚାର କରିବେ। କୌଣସି ଆହ୍ବାନର ସାମନା କରିବେ। ପରିଶ୍ରମ ଭଲ ଫଳ ଅତିଶୀଘ୍ର ପାଇବେ। ପ୍ରିୟଜନଙ୍କ ସହିତ ସମ୍ବନ୍ଧ ମଜଭୁତ ବଜାୟ ରହିବ।
ଧନୁ: ଆପଣଙ୍କୁ ସମାଜରେ ମାନ ସମ୍ମାନ ମିଳିବ। ଅଫିସରେ କାମର ବୋଝ ଅଧିକ ହୋଇପାରେ। ଆପଣଙ୍କ ବୈବାହିକ ଜୀବନରେ ପ୍ରସନ୍ନତା ବଜାୟ ରହିବ। ବିଦ୍ୟାର୍ଥୀଙ୍କୁ ଶିକ୍ଷକଙ୍କର ସହଯୋଗ ମିଳିବ।
ମକର: ଆପଣଙ୍କ କ୍ୟାରିୟରରେ ଅଚାନକ କିଛି ପରିବର୍ତ୍ତନ ଆସିପାରେ। କୌଣସି ପୁରୁଣା ଜମିରୁ ଆପଣଙ୍କ ଧନଲାଭ ହେବ। ବ୍ୟବସାୟରେ କରିଥିବା କାମର ସଫଳତା ପାଇବେ। ପ୍ରେମ ଜୀବନ ମଧୁର ହେବ।
କୁମ୍ଭ: କୌଣସି କାମରେ ଦୂରସ୍ଥାନକୁ ଯିବେ। ଇଂଜିନିୟରଙ୍କ ଲାଗି ଦିନଟି ଭଲ। ଘରର କିଛି ନୂଆ ଦାୟିତ୍ବ ସମ୍ଭାଳିବେ। ଜୀବନସାଥୀ ଆପଣଙ୍କୁ କିଛି ଉପହାର ଦେଇପାରନ୍ତି। ବିଦ୍ୟାର୍ଥୀଙ୍କ ଲାଗି ଭଲ ଦିନଟିଏ।
ମୀନ: ଦିନଟି ଆପଣଙ୍କ ଲାଗି ବିଶେଷ ରହିବ। ନୂଆ ବ୍ୟବସାୟ ଲାଗି ପଦକ୍ଷେପ ନିଅନ୍ତୁ ଲାଭ ହେବ। ଅଫିସରେ କୌଣସି ସହକର୍ମୀଙ୍କୁ ସାହାଯ୍ୟ କରିବେ। ପ୍ରିୟଜନଙ୍କ ସହିତ ରାତ୍ରିଭୋଜନର ଯୋଜନା କରିବେ।