fbpx
BJD
BJD SKY
BJD SKY

ଟେଲି ଯୋଗାଯୋଗ ବିଭାଗରେ ୨୭୦ଟି ପୋଷ୍ଟ ଖାଲି: ଡିସେମ୍ବର ୨୨ ଆବେଦନର ଅନ୍ତିମ ତାରିଖ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ବଡ଼ ଖବର । ଟେଲି ଯୋଗାଯୋଗ ବିଭାଗ ପକ୍ଷରୁ ୨୭୦ଟି ପଦ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ସବଡିଭିଜନାଲ ଇଞ୍ଜିନିୟର ପଦରେ ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ଶିକ୍ଷାଗତ ଯୋଗ୍ୟତା, ବୟସ ସହିତ ନିଯୁକ୍ତି ସମ୍ପର୍କିତ ସମସ୍ତ ତଥ୍ୟ ପାଇ ପାରିବେ । ଆବେଦନ କରିବା ପୂର୍ବରୁ ବିଜ୍ଞପ୍ତିକୁ ଭଲ ଭାବେ ପଢ଼ିବାକୁ ପ୍ରାର୍ଥୀଙ୍କୁ ଅନୁରୋଧ କରାଯାଉଛି ।

ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ପ୍ରାସଙ୍ଗିକ ବିଭାଗରେ ଡିଗ୍ରୀ ହୋଇଥିବା ଆବଶ୍ୟକ । ପ୍ରାର୍ଥୀଙ୍କର ବୟସ ୨୦୨୩ ମସିହା ଫେବୃଆରୀ ମାସ ୨୨ ତାରିଖ ସୁଦ୍ଧା ୫୬ ବର୍ଷ ହୋଇଥିବା ଦରକାର । ଉପଯୁକ୍ତ ଫର୍ମାଟରେ ପ୍ରସ୍ତୁତ ହୋଇଥିବା ଆବେଦନ ପତ୍ର, ଆବଶ୍ୟକୀୟ ଡକ୍ୟୁମେଣ୍ଟ ସବୁ ଆସନ୍ତା ୨୨ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କୁ ଆବେଦନ କରିବାକୁ ପଡ଼ିବ । ସମସ୍ତ ୟୁନିଟଗୁଡ଼ିକରେ ପଦ ସଂଖ୍ୟା ଅଲଗା ଅଲଗା ରହିଥିବା ବେଳେ ଭିନ୍ନ ଭିନ୍ନ ସ୍ଥାନରେ ମଧ୍ୟ ପୋଷ୍ଟିଂ କରାଯିବ ।

ନୋଟିଫିକେସନ ଲିଙ୍କ: https://dot.gov.in/sites/default/files/Vacancy%20circular%20to%20fill%20up%20vacant%20Sub%20Divisional%20Engineer-SDE%20posts%20of%20TES%20Group%20B%20DoT%20HQ%2C%20DGT%20HQ%20%26%20LSA-field%20units%2C%20NTIPRIT%2C%20TEC%2C%20NCCS%2C%20and%20USOF%2C%20on%20deputation%20basis.pdf?download=1

ଅଫିସିଆଲ ୱେବସାଇଟ୍ ଲିଙ୍କ: https://dot.gov.in/

Get real time updates directly on you device, subscribe now.