fbpx

Microsoft କରିବ ଛଟେଇ! ଚାକିରି ହରାଇବେ ୧୧,୦୦୦ କର୍ମଚାରୀ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ବିଶ୍ୱରେ ଅନେକ ରାଷ୍ଟ୍ରରେ ଭୟଙ୍କର ଆର୍ଥିକ ସଙ୍କଟ ଦେଖାଦେଇଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ବହୁ ଅନ୍ତରାଷ୍ଟ୍ରୀୟ ସ୍ତରର କମ୍ପାନୀ କର୍ମଚାରୀଙ୍କୁ ଛଟେଇ କରୁଥିବା ଦେଖାଯାଉଛି । ପୂର୍ବରୁ ଆମାଜନ, ଫେସବୁକ ଏହି ପ୍ରକ୍ରିୟାରେ ସାମିଲ ହୋଇଥିବା ବେଳେ ଏବେ ଏଥିରେ ସାମିଲ ହେବାକୁ ଯାଉଛି ମାଇକ୍ରୋସଫ୍ଟ ।

ସୂଚନା ମୁତାବକ, ମାଇକ୍ରୋସଫ୍ଟ ନିଜର ପାଖାପାଖି ୫ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିବାକୁ ଯୋଜନା କରୁଛି । ତେବେ ଇଞ୍ଜିନିୟରିଂ ଡିଭିଜନରେ କର୍ମଚାରୀ ସଂଖ୍ୟା ହ୍ରାସ ହେବା ନେଇ ପ୍ଲାନିଂ କରାଯାଉଛି । ଦୁର୍ବଳ ଅର୍ଥବ୍ୟବସ୍ଥା ସହିତ ଖରାପ ଚାହିଦାକୁ ଦୃଷ୍ଟିରେ ରଖି କମ୍ପାନୀ ଚାକିରି ସଂଖ୍ୟା ହ୍ରାସ କରିବାକୁ ପଦକ୍ଷେପ ନେବାକୁ ଯାଉଛି । ତେବେ ଏହି ଖବର ଶୁଣିବା ପରେ ହଜାର ହଜାର କର୍ମଚାରୀଙ୍କ ମୁଣ୍ଡରେ ଏବେ ଖଣ୍ଡା ଝୁଲୁଛି ।

ଗତ ବର୍ଷ ଅକ୍ଟୋବର ମାସରେ ମାଇକ୍ରୋସଫ୍ଟର ଅନେକ ଡିଭିଜନରେ ଏକ ହଜାରରୁ କମ୍ ସଂଖ୍ୟକ କର୍ମଚାରୀଙ୍କୁ ଛଟେଇ କରାଯାଇଥିଲା । ଫଳରେ କମ୍ପାନୀର ୨୦ ହଜାରରୁ ଅଧିକ କର୍ମଚାରୀ ୧ ପ୍ରତିଶତରୁ କମ୍ ପ୍ରଭାବିତ ହୋଇଥିଲେ । ଏଥିସହିତ ପରବର୍ତ୍ତୀ ସମୟରେ କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି କରାଯିବ ବୋଲି ଗତବର୍ଷ ଜୁଲାଇ ମାସରେ କୁହାଯାଇଥିଳା । ଜୁନ୍ ମାସରେ କମ୍ପାନୀରେ ୨,୨୧,୦୦୦ କର୍ମଚାରୀ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ଯୁକ୍ତରାଷ୍ଟ୍ର ଆମେରିକାରେ ୧,୨୨,୦୦୦ ଓ ଅନ୍ତର୍ଜାତୀୟ ସ୍ତରରେ ୯୯,୦୦୦ କର୍ମଚାରୀ କାର୍ଯ୍ୟରତ ଥିଲେ ।

Get real time updates directly on you device, subscribe now.