fbpx

ଝିଅ ଜନ୍ମ ଦେଲେ ୨୮ ବର୍ଷୀୟ ଯୁବକ: ଅଜଣା ଯୁବକଙ୍କ ସହ ବିତାଇଥିଲେ ରାତି

ନୂଆଦିଲ୍ଲୀ: ଜୀବ ବିଜ୍ଞାନରେ ଏକ ମିରାକେଲ ବା ଅଜବ ଘଟଣା ଦେଖିବାକୁ ମିଳିଛି । ଜଣେ ପୁରୁଷ ଏକ ଝିଅକୁ ଜନ୍ମ ଦେଇଛନ୍ତି । ଶୁଣିବାକୁ ଅଜବ ଲାଗୁଥିଲେ ହେଁ ଚିକିତ୍ସା ବିଜ୍ଞାନର ସମସ୍ତ ଧାରାକୁ ପଛରେ ପକାଇଛି ଏହି ଘଟଣା । ଜଣେ ୨୮ ବର୍ଷୀୟ ଯୁବକ ଏକ ଝିଅ ଜନ୍ମ ଦେଇଛନ୍ତି । ଆମେରିକାର ଏହି ଯୁବକ ଜଣଙ୍କ ୨୦୨୦ରେ ଗୋଟିଏ ଝିଅକୁ ଜନ୍ମ ଦେଇଥିଲେ । ୱେଷ୍ଟ ଭର୍ଜିନିଆର ୨୮ ବର୍ଷୀୟ ଯୁବକ ଆଶ ପ୍ୟାଟ୍ରିକ୍ ସ୍କେଡ୍ ଗୋଟିଏ ଝିଅକୁ ଜନ୍ମ ଦେଇଛନ୍ତି ।
ଆଶ ପ୍ୟାଟ୍ରିକ୍ ଆରମ୍ଭରୁ ମହିଳା ଥିଲେ । ଧୀରେ ଧୀରେ ସେ ନିଜକୁ ପୁରୁଷ କରିବା ପାଇଁ ହର୍ମୋନାଲ ଟ୍ରିଟମେଣ୍ଟ ମଧ୍ୟ ନେଉଥିଲେ । ଇଷ୍ଟ୍ରୋଜେନ ଲେଭେଲ କମ କରିବା  ସହିତ ଟେଷ୍ଟୋଷ୍ଟେରନ ସ୍ତର ବଢାଇବା ପାଇଁ ଚିକିତ୍ସା ଜାରି ରହିଥିଲା । ତେବେ ଏହି ଚିକତ୍ସା ଜାରି ରହିଥିବା ସମୟରେ ଏକ ଡେଟିଂ ସାଇଟରେ ଯୋଗ ଦେଇଥିଲେ ଆଶ ପ୍ୟାଟ୍ରିକ୍ । ଡେଟିଂ ସାଇଟରେ ଜଣେ ଯୁବକଙ୍କୁ ଭେଟିବା ସହିତ ରାତ୍ରି ଯାପନ କରିଥିଲେ ଆଶ ପ୍ୟାଟ୍ରିକ୍ । ଏହା ପରେ ସେ ଗର୍ଭବତୀ ଥିବା ଜଣା ପଡିଥିଲା । ଏହା ଜଣାପଡିବା ପରେ ତୁରନ୍ତ ନିଜର ହର୍ମୋନାଲ ଚିକିତ୍ସା ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ ଯୁବକ । ତେବେ ଏପରି ମେଡିକାଲ ମିରାକେଲକୁ ନେଇ ଡାକ୍ତର ମାନେ ମଧ୍ୟ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ।

Get real time updates directly on you device, subscribe now.